‘ଚଣ୍ଡୀଗଡ଼ ଟ୍ରିପ୍ ସମୟରେ ସୁଶାନ୍ତଙ୍କୁ କାହିଁକି ୨୫ଥର କଲ୍ କରିଥିଲେ ରିୟା ? ’
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଗର୍ଲଫ୍ରେଣ୍ଟ୍ ରିୟା ଚକ୍ରବର୍ତ୍ତୀ ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତିନି ତିନିଟି ତଦନ୍ତକାରୀ ସଂସ୍ଥା(ED,CBI,Narcotics Control Bureau)ର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିୟା ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।
ରିୟା କହିଛନ୍ତି, ‘ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ତାକୁ ଗୁରୁତ୍ୱ ନ ଦେଇ ସେମିତି ଛାଡ଼ି ଦେଇଥିଲେ। ସୁଶାନ୍ତଙ୍କ ଠାରୁ ଟଙ୍କାଟିଏ ବି ନେଇ ନାହିଁ। ସାରା ଦେଶ ବିଶ୍ୱାସ କରୁଥିବା ଖବର ଅମୂଳକ ଅଟେ’।
ଅନ୍ୟପକ୍ଷରେ, ପରିବାର ଲୋକଙ୍କ ପ୍ରତି ରିୟା ଆଣିଥିବା ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ। ଭାଇ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ଜାଣିବା ପରେ ସେ ତୁରନ୍ତ ବ୍ୟବସାୟ ଓ ଛୁଆଙ୍କୁ ଛାଡ଼ି ଆମେରିକାରୁ ଚଣ୍ଡୀଗଡ଼ ଆସିଥିଲେ। ଏହି ସମୟରେ ସେ ବଡ଼ ଭଉଣୀ ଘରେ ସୁଶାନ୍ତଙ୍କୁ ଭେଟି ଥିଲେ। ଏପରିକି ଶ୍ୱେତା ଜାନୁଆରୀ ୨୬ର ଫ୍ଲାଇଟ୍ ଟିକେଟ ସହ ନିଜ ଯାତ୍ରା ସମ୍ପର୍କରେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
ଶ୍ୱେତା କହିଛନ୍ତି, ‘ଚଣ୍ଡୀଗଡ଼ ଯାତ୍ରା ସମୟରେ ୨ରୁ ୩ଦିନ ମଧ୍ୟରେ ରିୟା ସୁଶାନ୍ତଙ୍କୁ ୨୫ଥର କଲ୍ କରିଥିଲେ ? କାହିଁକି ? ଏତେ ବା କ’ଣ ଜରୁରୀ ଥିଲା ତାଙ୍କୁ(ସୁଶାନ୍ତ) ଏତେଥର କଲ୍ କରିଥିଲ ?
ଶ୍ୱେତା ଆହୁରି କହିଛନ୍ତି, ମୋ ଭାଇଙ୍କ ମୃତ୍ୟୁ ପରେ ତୁମେ(ରିୟା) ଜାତୀୟ ଗଣମାଧ୍ୟମକୁ ଆସି ମୋ ଭାଇଙ୍କ ଭାବମୂର୍ତ୍ତିକୁ ଖରାପ କରୁଛ। ତୁମେ ଭାବୁଛ, ତୁମେ କ’ଣ କରିଛ, ତାହା ଭଗବାନ କିଛି ଦେଖି ନାହାନ୍ତି ! ହେଲେ ମୋର ଭଗବାନଙ୍କ ଉପରେ ଭରସା ଓ ବିଶ୍ୱାସ ଅଛି। ବର୍ତ୍ତମାନ ମୁଁ, ବାସ୍ତବରେ ଦେଖିବାକୁ ଚାହୁଁଛି ସେ ତୁମ(ରିୟା) ସହ କ’ଣ କରିବେ।
ରିୟାଙ୍କୁ ନେଇ ଶ୍ୱେତା କ’ଣ କ’ଣ ଟ୍ୱିଟ୍ କରିଛନ୍ତି, ଆସନ୍ତୁ ନଜର ପକାଇବା…
I wish Bhai would have never met that girl at all!! Drugging someone without his consent and then convincing him that you are not well, taking him to the psychiatrists… what level of manipulation is this!! How will you ever redeem your soul!!! You are so done!! #ArrestRheaNow
— shweta singh kirti (@shwetasinghkirt) August 27, 2020
You have guts to come on National Media and tarnish the image of my pure brother after his death!! You think God is not watching for what you have done! I believe in God and I have faith, now I really want to see what he will do to you. #Godiswithus #JusticeForSushantSinghRajput

The worst part was I didn’t even get to meet him coz by the time I reached, Bhai had already left Chandigarh because of the constant pestering calls of Rhea and some work commitments. Family was always there standing rock solid for him!! #JusticeForSushantSinghRajput #Godiswithus
— shweta singh kirti (@shwetasinghkirt) August 27, 2020
Jan was the time when Bhai made a SOS call to Rani Di, he was drugged, confined and isolated. Soon after he reached Chandigarh there were 25 calls made by Rhea in less than 2-3 days time frame. WHY??What was the urgency to call him back!! #ArrestRheaNow
— shweta singh kirti (@shwetasinghkirt) August 27, 2020
ଶ୍ୱେତା ରିୟାଙ୍କୁ ଏହି କଡ଼ା ଜବାବ ଦେବାସହ ରିୟାଙ୍କ ଗିରଫ ମଧ୍ୟ ଦାବି କରିଛନ୍ତି।