ବଲିଉଡ୍‌ରେ ପାଦ ଥାପିବା ପରେ ମଧ୍ୟ ଢାବାରେ କାମ କରିଛନ୍ତି ସଞ୍ଜୟ ମିଶ୍ର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ସଞ୍ଜୟ ମିଶ୍ର ଦମ୍‌ଦାର ଅଭିନୟ କରନ୍ତି। ସେ କମେଡି ହେଉ କିମ୍ବା ସିରିଅସ୍,‌ ସଞ୍ଜୟ ସମସ୍ତ ଚରିତ୍ରକୁ ବେଶ୍‌ ସୁନ୍ଦର ଭାବେ ସ୍କ୍ରିନ୍‌ରେ ଆଣିପାରନ୍ତି। ପରଦାରେ ଦମ୍‌ଦାର୍‌ ଅଭିନୟ କରି ଲୋକମାନଙ୍କ ମନରେ ଏକ ନିଆରା ଛାପ ଛାଡିଥିବା ଏହି କଳାକାର କିନ୍ତୁ ବାସ୍ତବ ଜୀବନରେ ବେଶ୍‌ ଲାଜକୁଳା।

୧୯୬୩ ମସିହା ଅକ୍ଟୋବର ୬ତାରିଖରେ ଜନ୍ମଗ୍ରହଣ କରିଥିଲେ ସଞ୍ଜୟ। ଛୋଟବେଳେ ବେଶ୍‌ ଲାଜକୁଳା ଥିଲେ। ପାଠ ପଢା ପ୍ରତି ତାଙ୍କର ଆଦୌ ଧ୍ୟାନ ନଥିଲା। ଘରୁ ବାହାରି ସ୍କୁଲ୍‌ ଯାଉଥିଲେ କିନ୍ତୁ ପୁଣି କେଉଁ ବାହାନା ନେଇ ଘରକୁ ଫେରି ଆସୁଥିଲେ। ଦିନେ ସ୍କୁଲ୍‌ ବାହାରେ ମସ୍ତି କରୁଥିବାର ଦେଖି ତାଙ୍କ ଜେଜେ ତାଙ୍କୁ ବହୁତ ଗାଳି କରିଥିଲେ।

କେବଳ ପାଠ ପଢା ପ୍ରତି ସଞ୍ଜୟଙ୍କର ଅରୁଚି ନଥିଲା, ସେ ଚାକିରି ମଧ୍ୟ କରିବାକୁ ଚାହୁଁନଥିଲେ। ସଞ୍ଜୟ କାହା ଅଧିନରେ ରହି କାମ କରିବାକୁ ପସନ୍ଦ କରୁନଥିଲେ। ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ଅଭିନୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିଲେ।
ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ଯୋଗଦେବା ପରେ ସଞ୍ଜୟ ବହୁତ ଦିନ ପର୍ଯ୍ୟନ୍ତ ଭଲ ଫିଲ୍ମ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ କୌଣସି ଭଲ କାମ ହାତରେ ଲାଗିଲାନି। ସଞ୍ଜୟଙ୍କ ଘର ଲୋକ ମଧ୍ୟ ତାଙ୍କୁ ଫିଲ୍ମରେ ଦେଖିବାର ଅଶା ହରାଇସାରିଥିଲେ।

ଶେଷରେ ୧୯୯୫ରେ ‘ଓ ଡାର୍ଲିଂ.. ୟେ ହୈ ଇଣ୍ଡିଆ’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତଥାପି ପ୍ରଥମ ଫିଲ୍ମ ସଞ୍ଜୟଙ୍କୁ ଏତେ ମାତ୍ରାରେ ସଫଳତା ଦେଇନଥିଲା। ୨୦୦୮ପର୍ଯ୍ୟନ୍ତ ତାଙ୍କୁ କୌଣସି ଭଲ ଫିଲ୍ମ ଅଫର୍‌ ହୋଇନଥିଲା। ଏହି ବର୍ଷ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ଘରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସଞ୍ଜୟ ଏକ ଢାବାରେ କାମ କରୁଥିଲେ। ସେଠାରେ ସେ ରୋଷେଇ ଦାୟିତ୍ୱରେ ଥିଲେ।

ସେ ସମୟରେ ସଞ୍ଜୟ ଅଧିକ ଲୋକପ୍ରିୟ ନଥିଲେ। ତେଣୁ ଢାବାକୁ ଆସୁଥିବା ଲୋକମାନେନ ମଧ୍ୟ ତାଙ୍କୁ ଚିହ୍ନି ପାରୁନଥିଲେ।

ସୂଚନାଯୋଗ୍ୟ, ‘ୱଜୁଦ୍’‌, ‘ଫିର୍‌ ଭି ଦିଲ୍ଲ ହୈ ହିନ୍ଦୁସ୍ଥାନୀ’ , ‘ଅଲବେଲା’, ‘ସାଥିୟା’, ‘ଗୋଲମାଲ୍’‌, ‘ଟସନ୍’‌ ଆଦି ଫିଲ୍ମରେ କାମ କରିଛନ୍ତି ସଞ୍ଜୟ। ‘ସତ୍ୟ’ ଏବଂ ‘ଦିଲ୍ଲ ସେ’ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like