ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପାଇଁ ସୁପ୍ରିମକୋର୍ଟରେ କେଶ୍ ଲଢ଼ିଥିଲେ ଅରୁଣ ଜେଟ୍‌ଲୀ

ମୁମ୍ବାଇ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟଲ୍‌ ମ୍ୟାନ୍‌ ଅରୁଣ ଜେଟ୍‌ଲୀ ଆଉ ଏ ଦୁନିଆରେ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତକାଲି ଦିନ ୧୨ଟା ୭ରେ ସେ ଏ ଦୁନିଆ ରଙ୍ଗମଞ୍ଚରୁ ଶେଷ ବିଦାୟ ନେଇଛନ୍ତି। ତାଙ୍କ ଦେହାନ୍ତରେ ସାରା ଦେଶ ଶୋକରେ ବୁଡିଛି।

ଜେଟ୍‌ଲୀ ଆଉ ନାହାନ୍ତି ସତ, କିନ୍ତୁ ସେ ଛାଡ଼ିଯାଇଥିବା ସ୍ମୃତି ସମସ୍ତଙ୍କ ହୃଦୟରେ ଜୀବୀତ ହୋଇ ରହିଛି। ବଲିଉଡ୍‌ ଷ୍ଟାର୍‌ ହୁଅନ୍ତୁ କିମ୍ବା ମହାନ କ୍ରିକେଟର୍‌ କିମ୍ବା ପୁରୁଖା ରାଜନେତା ସମସ୍ତେ ତାଙ୍କ ସ୍ମୃତି ବଖାଣି ଭାବପ୍ରବଣ ହୋଇପଡୁଛନ୍ତି।

ଜେଟ୍‌ଲୀଙ୍କ ସହିତ ଠିକ୍‌ ଏମିତି ଏକ ସ୍ମୃତି ବଖାଣିଛନ୍ତି ଫିଲ୍ମ ପ୍ରଯୋଜକ ଶୀତଲ ତଲୱାର୍। ତାଙ୍କ ପ୍ରଯୋଜିତ ଫିଲ୍ମ ‘ରଣ’ ପାଇଁ ଜେଟ୍‌ଲୀ କିଭଳି ଦୃଢ଼ ଭାବରେ କେସ୍ ଲଢ଼ିଥିଲେ ସେହି ଦିନର ସ୍ମୃତି ବଖାଣିଛନ୍ତି ଶୀତଲ।

ଫିଲ୍ମ ‘ରଣ’ର ପ୍ରଥମ ପ୍ରୋମୋ ରିଲିଜ୍‌ ହେବା ପରେ ଏହା ବିବାଦ ଘେରକୁ ଚାଲିଆସିଥିଲା। ସେଥିରେ ଥିବା ଗୀତ ହିଁ ଥିଲା ବିବାଦର ମୁଖ୍ୟକାରଣ। ଏହି ଗୀତରେ ଜାତୀୟ ସଙ୍ଗୀତକୁ ବଦଳାଇ ଜନ ଗଣ ରଣ ଲେଖି ଦିଆଯାଇଥିଲା। ଗୀତର ଟ୍ୟୁନ୍‌ ବି ଜାତୀୟ ସଙ୍ଗୀତ ଭଳି ରଖି ଦିଆଯାଇଥିଲା। ପ୍ରୋମୋ ରିଲିଜ୍‌ ହେବା ପରେ ସେଂସର ବୋର୍ଡ ଫିଲ୍ମର ନିର୍ଦ୍ଦେଶକ ରାମ୍‌ଗୋପାଲ୍ ବର୍ମାଙ୍କ ଉପରେ ବ୍ୟାନ୍ ଲଗାଇ ଦେଲେ।

ଏହାପରେ ପ୍ରଯୋଜକ ଶୀତଲ ତଲୱାର୍‌ ଓ ରାମ୍‌ଗୋପାଲ ବର୍ମା କିଂ କର୍ତ୍ତବ୍ୟଂ ବିମୁଢ଼ ହୋଇ ଅରୁଣ ଜେଟ୍‌ଲୀଙ୍କ ପାଖରେ ପହଞ୍ଚିଥିଲେ। ଜେଟ୍‌ଲୀ ସେମାନଙ୍କୁ ଆଶ୍ୱାସନା ଦେବା ସହି କହିଥିଲେ, ମୁଁ ଆପଣଙ୍କ କେସ୍‌ ଲଢ଼ିବି। ଆଗେ କ’ଣ ହେବ ମୁଁ କହିପାରୁନି, କିନ୍ତୁ ମୁଁ ମୋ ବେଷ୍ଟ୍‌ ଦେବି। କାରଣ ଆପଣଙ୍କ ପାଖରେ ବି ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି।

ସ୍ପଟ୍‌ବୟ(ବଲିଉଡ୍‌ ଫିଲ୍ମ ବିଷୟରେ ଖବର ପ୍ରଦାନକାରୀ ସଂସ୍ଥା)କୁ ଏକ ସାକ୍ଷାତ୍କାର ଦେବା ସମୟରେ ଶୀତଲ ଏହି ସ୍ମୃତି ବଖାଣିଥିଲେ। ସେ ଆହୁରି କହିଥିଲେ, ଜଣେ କଳାକାରର ସୃଜନଶୀଳତାକୁ ଜେଟ୍‌ଲୀ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ସେ ଖୁବ୍ ଜ୍ଞାନୀ ଓ ଶକ୍ତ ଓକିଲ ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସେହି କେସ୍‌ ହାରିଯାଇଥିଲୁ। କିନ୍ତୁ ଜେଟ୍‌ଲୀ ତାଙ୍କ ଦୃଢ଼ ଯୁକ୍ତି ରଖିବାରେ କୌଣସି ଅବହେଳା କରିନଥିଲେ।

ପ୍ରକାଶ ଥାଉକି, ରାମଗୋପାଲଙ୍କ ନିର୍ଦ୍ଦେଶିତ ରନ୍‌ ଫିଲ୍ମ ୨୦୧୦ରେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରୁମୁଖ ଭୂମିକାରେ ଅମିତାଭ ବଚ୍ଚନ, ରିତେଶ ଦେଶମୁଖ, ପରେଶ ରାୱଲ୍, ଗୁଲ୍ ପନାଗ ଓ ସୁଦୀପ ଅଭିନୟ କରିଥିଲେ।

 

ଆହୁରି ପଢ଼ନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

You might also like