ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ସାମ୍ନାକୁ ଆସିଲା କଙ୍ଗନା ଓ ମୁମ୍ବାଇ ପୋଲିସ୍‌ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା ଘଟଣାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି। ହେଲେ କେବେ ସେ ତାଙ୍କର ବୟାନ ପୋଲିସ୍‌କୁ ଦେବେ ଏନେଇ ବାନ୍ଦ୍ରା ପୋଲିସ୍‌ ପକ୍ଷରୁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ବୟାନ ରେକର୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଉ ବୋଲି କଙ୍ଗନାଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି।

ଏସବୁ ଭିତରେ କଙ୍ଗନାଙ୍କ ଟିମ୍‌ ପକ୍ଷରୁ ଟ୍ୱିଟ୍‌ରରେ ଏକ ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର କରାଯାଇଛି। ଯେଉଁଥିରେ କଙ୍ଗନା ଓ ମୁମ୍ବାଇ ପୋଲିସ୍‌ ମଧ୍ୟରେ ହୋଇଥିବା କିଛି ବାର୍ତ୍ତାଳାପ ରହିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କଙ୍ଗନା ଏବେ ହିମାଚଳପ୍ରଦେଶରେ ଅଛନ୍ତି।

ଏକ ଟ୍ୱିଟ୍‌ରେ କଙ୍ଗନାଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି, ‘କଙ୍ଗନାଙ୍କୁ କୌଣସି ଫର୍ମାଲ୍ ସମନ୍‌ ପଠାଯାଇ ନାହିଁ। ଗତ ୨ ସପ୍ତାହ ଧରି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ୍‌ଙ୍କୁ‌ ପୋଲିସ୍‌ କାଜୁଆଲ୍‌ କଲ୍‌ କରୁଛନ୍ତି। କଙ୍ଗନା ତାଙ୍କର ବୟାନ ଦେବାକୁ ଚାହୁଁଛନ୍ତି, ହେଲେ ଏପର୍ଯ୍ୟନ୍ତ @mumbaipolice ପକ୍ଷରୁ ଆମକୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଦେଖନ୍ତୁ ଏହି ସ୍କ୍ରିନ୍‌ଶଟ୍‌ ମେସେଜ୍, ଯାହାକୁ ରଙ୍ଗୋଲୀ @mumbaipolice ନିକଟକୁ ପଠାଇଛନ୍ତି…


ଜୁନ୍‌ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ କଙ୍ଗନା ୨ ମିନିଟ୍‌ର ଏକ ଭିଡିଓ ରିଲିଜ କରିଥିଲେ। ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ପରିବାରବାଦ ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ। ସୁଶାନ୍ତ ମଧ୍ୟ ଏହାର ଶିକାର ହୋଇଥିଲେ ବୋଲି କଙ୍ଗନା ଅଭିଯୋଗ ଆଣିଥିଲେ।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

You might also like