‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍’ ଟ୍ରେଲର୍ ରିଲିଜ୍

ମୁମ୍ବାଇ: ବିଗ୍ ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବହୁ ପ୍ରତୀକ୍ଷିତ ତଥା ରୋମାଣ୍ଟିକ୍ ୱେବ୍ ସିରିଜ୍ ‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍-୩’ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୃତୀୟ ସିଜନରେ ସିଦ୍ଧାର୍ଥ ଶୁକ୍ଲା ଓ ସୋନିଆ ରାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ୍ ତାରିଖ ପରେ ଏବେ ସିରିହର ଧମାକାଦାର ଟ୍ରେଲର୍ ଇଦ୍ ଅବସରରେ ଏକତା କପୁର ରିଲିଜ୍ କରିଦେଇଛନ୍ତି। ଏହା ଦେଖିବା ପରେ ତୃତୀୟ ସିଜିନ ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ଦ୍ଵିଗୁଣିତ ହୋଇଯାଇଛି।

Source : Celebrity Tadka

‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍’ର ପୂର୍ବ ଦୁଇ ଏପିସୋଡ୍ ହିଟ୍ ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ତୃତୀୟ ସିଜିନରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଶୁକ୍ଲା ଓ ସୋନିଆ ରାଠୀଙ୍କ ଯୋଡି ବିସ୍ଫୋରଣ ହେବାକୁ ଯାଉଛି।

Source : News Track English

ଟ୍ରେଲର ରିଲିଜ କରିବା ସମୟରେ ଏକତା କପୁର ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି: “ଇଦ୍ ଓ ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପାଇଁ ପ୍ରାର୍ଥନା! ଶୀଘ୍ର ସବୁ ଠିକ୍ ହୋଇଯାଉ… ଆମର ଦୁନିଆ ଏବଂ ଆମର ହୃଦୟ କେବେ ସରେ ନାହିଁ, ଏହା ବଦଳିଯାଏ। ରୁମି ଓ ଅଗସ୍ତ୍ୟଙ୍କ କାହାଣୀ ଏହା ସହିତ ସମାନ। ବେଳେବେଳେ ତୁମେ ଯାହା ଚାହଁ ତାହା ହୁଏ ନାହିଁ।”

 

View this post on Instagram

 

A post shared by Erk❤️rek (@ektarkapoor)

ଆମେ ଚାହୁଁ ଆମର ଶୋ’ ଏକ ଭଲ ସମୟରେ ଘୋଷଣା କରାଯାଉ। ତଥାପି, ଆମେ ଆଶାକରୁ ଯେ ଏହି କଠିନ ସମୟରେ ଆପଣଙ୍କ ଅବସର ବେଳେ ଏହା କାମ କରିବ।

‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍’ର ପ୍ରଥମ ଦୁଇ ସିଜିନରେ ଭୀର ଓ ସମୀରା (ବିକ୍ରାନ୍ତ ଓ ହାରଲିନ୍)ଙ୍କ ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ସିଜନ୍-୩ ରେ, ଏହି ନୂଆ ଯୋଡି ସିଦ୍ଧାର୍ଥ ଓ ସୋନିଆଙ୍କ ସହ ଏହା ଏକ ନୂଆ ମୋଡ଼ ନେବ।

Source : Bollywood Life

ପ୍ରକାଶ ଥାଉକି ଏହି ୱେବ୍ ଶୋ’ରେ ସିଦ୍ଧାର୍ଥ ଶୁକ୍ଲା ଅଗସ୍ତ୍ୟ ରାଓ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏଥିରେ ସୋନିଆ ରାଠୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ସିରିଜର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସିଦ୍ଧାର୍ଥ ଓ ସୋନିଆ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ଦୁହିଁଙ୍କ ଏଭଳି ଦୃଶ୍ୟ ପ୍ରଶଂସକମାନଙ୍କୁ ପାଗଳ କରିଦେଇଛି।

You might also like