ସିଲଭର୍ ସ୍କ୍ରିନ୍ରେ ଦୁଇ ଆକ୍ସନ୍ ଷ୍ଟାର୍ ହ୍ରିତ୍ୱିକ୍-ଟାଇଗର୍
ମୁମ୍ୱାଇ: ପ୍ରଥମଥର ପାଇଁ ସିଲଭର୍ ସ୍କ୍ରିନ୍ରେ ଏକାଠି ନଜର ଆସିବେ ଦୁଇ ଆକ୍ସନ୍ ଷ୍ଟାର ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶରାଫ୍। ଅପକମିଙ୍ଗ୍ ହିନ୍ଦୀ ଫିଲ୍ମ ‘ୱାର୍’ରେ ଦୁହିଁଙ୍କର ଅଭିନୟ ଦେଖିବାକୁ ମିଳିବ।
ଆଜି ‘ୱାର୍’ ପିଲ୍ମର ଟିଜର ରିଲିଜ୍ ହୋଇଛି। ୫୪ ସେକେଣ୍ଡର ଏହି ଟିଜର୍ରେ ଦୁଇ ସୁପରଷ୍ଟାରଙ୍କର ଫୁଲ୍ ଆକ୍ସନ୍, ଫାଇଟ୍ ସହିତ ଡ୍ୟାନ୍ସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି।
ଫିଲ୍ମର ଟିଜର୍ ରିଲିଜ୍ ନେଇ ହ୍ରିତ୍ୱିକ୍ ଓ ଟାଇଗର୍ ନିଜ ଟ୍ୱିଟର୍ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ସିର୍ଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ପିଲ୍ମଟି ଅକ୍ଟୋବର ୨ରେ ରିଲିଜ୍ ହେବ।
ଫିଲ୍ମଟିକୁ ଦର୍ଶକେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ଦେଖିପାରିବେ।