ଅଭିନେତା ନାସିରୁଦ୍ଦିନ ଶାହଙ୍କ ଭିଡିଓ ବାର୍ତ୍ତାକୁ ନେଇ ପୁଣି ବିବାଦ

ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଅନ୍ତର୍ଜାତୀୟ ସଂଗଠନ ‘ଆମନେଷ୍ଟି ଇଣ୍ଟରନେସନାଲ’ ବ୍ୟାନରରେ ଛଡ଼ାଯାଇଥିବା ଭିଡିଓ ବାର୍ତ୍ତାରେ ନାସିରୁଦ୍ଦିନ ଦେଶର ସାଂପ୍ରତିକ ପରିସ୍ଥିତି ନେଇ ନିଜର ମତ ରଖିଛନ୍ତି।

ଧର୍ମ ନାଁରେ ଘୃଣାର ପାଚେରୀ ଛିଡ଼ା କରାଯାଉଥିବା ସେ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଯିଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି, ତାଙ୍କୁ ଦଣ୍ଡ ଦିଆଯାଉଛି। ଅଧିକାର ପାଇଁ ସ୍ୱର ଉଠାଉଥିବା ବ୍ୟକ୍ତି ବିଶେଷଙ୍କୁ ବନ୍ଦୀ କରିଦିଆଯାଉଛି ବୋଲି ନାସିରୁଦ୍ଦିନ ଭିଡିଓ ବାର୍ତ୍ତାରେ କହିଛନ୍ତି।

ନାସିରୁଦ୍ଦିନଙ୍କ ବାର୍ତ୍ତାକୁ ନେଇ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ନାସିରୁଦ୍ଦିନ ଏବେ ଆମନେଷ୍ଟି ଇଣ୍ଟରନେସନାଲ୍ ସଂଗଠନର ଚକ୍ରାନ୍ତର ଶିକାର ହୋଇଥିବା ସେ କହିଛନ୍ତି।

ନାସିରୁଦ୍ଦିନଙ୍କ ଭଳି ଜଣେ ଲୋକପ୍ରିୟ କଳାକାରଙ୍କ ପକ୍ଷରେ ଏଭଳି ବାର୍ତ୍ତା ଶୋଭା ପାଉନି ବୋଲି କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭି କହିଛନ୍ତି। ଦେଶରେ ସହିଷ୍ଣୁତା ଅକ୍ଷୁର୍ଣ ରହିଛି ବୋଲି ନାସିରୁଦ୍ଦିନ ଆଜି ମନଇଛା ନିଜର ମତ ରଖିପାରୁଛନ୍ତି ବୋଲି ସେ କହିଛନ୍ତି।

ତେବେ ନାସିରୁଦ୍ଦିନ ଏଭଳି ଆପତ୍ତି ଉଠାଇଥିବାରୁ, ତାଙ୍କୁ ଧ୍ୟାନ ଦେବା ସହ ପ୍ରଶାସନ ସ୍ତରରେ ଏନେଇ ପଦକ୍ଷେପ ନେବା ଉଚିତ ବୋଲି ଏନସିପି ନେତା ମାଜିଦ ମେମନ କହିଛନ୍ତି।

ଡିସେମ୍ବର ଶେଷ ଭାଗରେ ନାସିରୁଦ୍ଦିନ ବୁଲନ୍ଦଶହର ଘଟମା ନେଇ ଏକ ଭିଡିଓ ବାର୍ତ୍ତା ଦେଇଥିଲେ। ଏଥିରେ ନିଜ ପିଲାଙ୍କ ସୁରକ୍ଷା ନେଇ ଚିନ୍ତା କରିଥିଲେ।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକା ରାଜନୀତି: ରାଜ୍ୟପାଳଙ୍କ ଚିଠି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁମାରସ୍ୱାମୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧମକ୍‌ ଦେଇ ଗିରଫ ହେଲେ ପୂର୍ବତନ ବିଜେପି ବିଧାୟକ

ଯୋଗୀ ସରକାରଙ୍କ ପାଇଁ ଅଡ଼ୁଆ ହେବକି ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ

ଆସାମବାସୀଙ୍କୁ ବନ୍ୟା ଡର ସହିତ ଭୂକମ୍ପ ଝଟ୍‌କା

ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରିବାକୁ ଦାବି

ସୋନ୍‌ଭଦ୍ରା ଗୁଳିକାଣ୍ଡ; ପ୍ରିୟଙ୍କାଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ୍

ସୁପ୍ରିମକୋର୍ଟରେ ଇସ୍ଲାମ୍‌ ପତାକା ବିବାଦ ପ୍ରସଙ୍ଗ

ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭାରତ ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା ହେବା ପ୍ରସଙ୍ଗରେ ଏମିତି କହିଲେ ପ୍ରଣବ ମୁଖାର୍ଜୀ

ସୋନଭଦ୍ରା ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି ରାଜନୀତି

ଇନ୍‌ଷ୍ଟାଗ୍ରାମ୍‌ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ

ସ୍ୱାଧୀନତା ଦିବସ ଉଦ୍‌ବୋଧନ ପାଇଁ ଲୋକଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

You might also like