‘ଜଣେ ଷ୍ଟାର ସୁଶାନ୍ତଙ୍କୁ ଧମକ ଦେଇ କହିଥିଲେ…’

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ କେବଳ ମୋହରା। ଏହାମାଧ୍ୟମରେ ମୁମ୍ବାଇ ପୋଲିସ ମହରାଷ୍ଟ୍ର ସରକାରର କୌଣସି କ୍ଷମତାଶାଳୀ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ୟମ କରୁଛି। ବିବେକ ଅଗ୍ନିହୋତ୍ରୀ ତାଙ୍କର ଏପରି ଅଭିଯୋଗକୁ ସୋଶିଆଲ ମିଡିଆରେ ଶେୟାର କରିଛନ୍ତି।

ବିବେକ ଏହି ଶେୟାରରେ ଏକ ପୁରୁଣା ପ୍ରସଙ୍ଗର ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି, ଜଣେ ଷ୍ଟାର ସୁଶାନ୍ତଙ୍କ କ୍ୟାରିୟର ନଷ୍ଟ କରିଦେବା ପାଇଁ ତାଙ୍କୁ ଧମକ ଦେଇଥିଲେ। ବିବେକ ଧମକ ଦେଇଥିବା ଏହି ଷ୍ଟାରଙ୍କ ନାଁ ଖୋଲି କହିନାହାନ୍ତି। ତେବେ ସେ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଥରେ ଏକ ଫାର୍ମ ହାଉସ୍‌ରେ ସୁଶାନ୍ତ ଓ ଜଣେ ଷ୍ଟାରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯାହାଙ୍କୁ ଅନ୍ୟ ଜଣେ ଷ୍ଟାର ଲଞ୍ଚ କରିଥିଲେ। ଏହି ଘଟଣା ପରେ ଉକ୍ତ ଷ୍ଟାର ଜଣକ ରାଗରେ ଅନ୍ୟମାନଙ୍କ ପରି ସୁଶାନ୍ତଙ୍କ କ୍ୟାରିୟର ମଧ୍ୟ ନଷ୍ଟ କରିଦେବେ ବୋଲି କହିଥିଲେ। ରିୟା କେବଳ ଏକ ମୁଖା ଅଟନ୍ତି। ମୁମ୍ବାଇ ପୋଲିସ ଏବଂ ମହାରାଷ୍ଟ୍ର ସରକାର କୌଣସି ପାୱାରଫୁଲ ଲୋକଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି। ‘

ସୂଚନା ଥାଉ କି, ଏହା ପୂର୍ବରୁ ବିବେକ ଅଗ୍ନିହୋତ୍ରୀ ବଲିଉଡ୍‌ରେ ଡ୍ରଗ୍‌ସ କାରବାର ବଢୁଥିବା ଏବଂ ଡ୍ରଗ ମାଫିଆଙ୍କ ବିଷୟରେ ମଧ୍ୟ କହିଥିଲେ।  ସେ କହିଥିଲେ, ବଲିଉଡ୍‌ରେ ୧୦ ବର୍ଷ ମଧ୍ୟରେ ଡ୍ରଗ୍‌ସ କାରବାର ସାଧାରଣ କଥା ହୋଇଗଲାଣି। ସେ କହିଛନ୍ତି, ବଲିଉଡ୍‌ରେ ଡ୍ରଗ ସହିତ  ଅନେକ ପ୍ରକାର ଖରାପ କାମ ଆରମ୍ଭ ହୋଇଗଲାଣି। ସେଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ୍ ତଥା ବେଆଇନ କାମ ହେଉଛି।

ସୂଚନାଥାଉ କି, ବିବେକଙ୍କ ପରି କଙ୍ଗନା ମଧ୍ୟ ବଲିଉଡରେ ଡ୍ରଗ ମାଫିଆଙ୍କ ବିଷୟରେ ଖୋଲାଖୋଲି କହିଥିଲେ।

 

ଆହୁରି ପଢ଼ନ୍ତୁ

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

ବିବାହ କରିବେ ତାରା!

ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

You might also like