ରାମ ଓ କୃଷ୍ଣଙ୍କ ପରେ ଟେଲିଭିଜନକୁ ପୁଣି ଫେରିଲା ଭଗବାନ ବିଷ୍ଣୁଙ୍କ ଗାଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ବେଳେ ଦୂରଦର୍ଶନ ଲୋକମାନଙ୍କର ମନୋରଞ୍ଜନ କରିବା ଗୋଟେ ପରେ ଗୋଟେ ପୁରୁଣା ଧାରାବାହିକର ପୁନଃ ପ୍ରସାରଣ କରି ଲୋକମାନଙ୍କ ସ୍ମୃତି ଉଦ୍‌ଜୀବୀତ କରୁଛି।

ପ୍ରଥମେ ରାମାୟଣ ପରେ ମହାଭାରତ ତା ପରେ, ଶ୍ରୀକୃଷ୍ଣ, ସରକସ, ଶ୍ରୀମାନ ଶ୍ରୀମତୀ ଆଦି ଧାରାବାହିକର ପୁନଃ ପ୍ରସାରଣ କରିବା ପରେ ଏବେ ଆଉ ଏକ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ବିଷ୍ଣୁପୁରାଣ’ର ପୁନଃ ପ୍ରସାରଣ କରିଛି ଦୂରଦର୍ଶନ। ଏନେଇ ଚ୍ୟାନେଲ୍‌ ପକ୍ଷରୁ ଟ୍ୱିଟର୍‌ରେ ସୂଚନା ଦିଆଯାଇଛି। ମେ ୧୪ ତାରିଖରୁ ସନ୍ଧ୍ୟା ୭ଟା ଠାରୁ ଏହି ଧାରାବାହିକ ଡିଡି ଭାରତୀରେ ପ୍ରସାରିତ ହୋଇଛି।

ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସମସ୍ତଙ୍କର ପ୍ରିୟ କଳାକାର ନୀତୀଶ ଭରଦ୍ୱାଜ୍‌ ଏହି ଶୋ’ରେ ମଧ୍ୟ ଭଗବାନ ବିଷ୍ଣୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆଉ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଛନ୍ତି ବୈଦେହୀ ଅମୃତେ।

୨୦୦୦ରେ ପ୍ରଥମେ ଟିଭିରେ ପ୍ରାସାରିତ ହୋଇଥିବା ବିଷ୍ଣୁପୁରାଣ ମହାଭାରତ ପରି ଲୋକପ୍ରିୟ ହୋଇପାରିଥିଲା। ଏହାକୁ ରବି ଚୋପ୍ରା ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଥିଲେ ବିଆର୍ ଚୋପ୍ରା।

ସେହିଭଳି ଶାହରଖୁ ଖାନଙ୍କ ପୁରୁଣା ଧାରାବାହିକ ‘ଦୁସରା କେବଲ’ର ପୁନଃ ପ୍ରସାରଣ କରିବା ନେଇ ମଧ୍ୟ ସୁଚନା ଦେଇଛି ଦୂରଦର୍ଶନ। ଏହି ଧାରାବାହିକରେ ଶାହରୁଖ୍‌ ଏକ ଗାଁ ଯୁବକର ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଗାଁ ଛାଡ଼ି ସହରକୁ ଯାଇଛି, ହେଲେ ଆଉ ଫେରନି ନାହିଁ।

You might also like