ଯୌନ ସ୍ୱାସ୍ଥ୍ୟକୁ ନେଇ ଜାଗରଣ ସୃଷ୍ଟିକଲେ ବିଦ୍ୟୁତ୍ ଜାମୱାଲ୍

ମୁମ୍ବାଇ: ବିଦ୍ୟୁତ୍ ଜାମୱାଲ୍ ବଲିଉଡ୍ ଇଣ୍ଡଷ୍ଟ୍ରିର ଫିଟ୍ ଅଭିନେତାମାନଙ୍କ ମଧ୍ୟରେ ଜଣେ। ଖାଲି ସିନେମାରେ ଅଭିନୟ ପାଇଁ ନୁହେଁ, ନିଜର ଚମତ୍କାର ଷ୍ଟଣ୍ଟ୍ ଓ ଆକ୍ସନକୁ ନେଇ ମଧ୍ୟ ବିଦ୍ୟୁତ୍ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି। ବିଦ୍ୟୁତ୍ ଜାମୱାଲ୍ ଜଣେ ଫିଟ୍‌ନେସ୍ ପ୍ରିୟ ଅଭିନେତା ବୋଲି ଏ ବିଷୟରେ  ସମସ୍ତେ ଅବଗତ ଅଛନ୍ତି। ଏହି ଅଭିନେତାଙ୍କର କହିବା କଥା ଯେ ଲୋକମାନେ ଯେପରି ସେମାନଙ୍କର ଅନ୍ୟାନ୍ୟ ରୋଗ ବିଷୟରେ ଖୋଲାଖୋଲି ଆଲୋଚନା କରୁଛନ୍ତି, ସେହିପରି ସେମାନେ  ଯୌନସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଖୋଲାଖୋଲି ଭାବରେ କଥା ହେବା ଉଚିତ। ବିଦ୍ୟୁତ ଜାମୱାଲ ବର୍ତ୍ତମାନ ଲୋକଙ୍କୁ ଏ ବିଷୟରେ ଅବଗତ କରାଉଥିବା ଦେଖାଯାଉଛି।

ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମରେ ଯୌନ ସ୍ୱାସ୍ଥ୍ୟ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ ବିଶେଷ ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ବିଦ୍ୟୁତ ଜାମୱାଲ କହିଛନ୍ତି ଯେ ସେ ଏପରି ୧୯ ଟି ବ୍ୟାୟାମ କହିଛନ୍ତି ଯାହା ଦ୍ୱାରା ଲୋକମାନେ ଇରେକ୍ଟାଇଲ୍ ଡିସଫଙ୍କସନ ସମସ୍ୟାରୁ ମୁକ୍ତି ପାଇପାରିବେ। ଲୋକମାନେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅଭିନେତାଙ୍କ ଏହି ବ୍ୟାୟାମ ଦେଖିପାରିବେ।

ଭିଡିଓ ସେୟାର କରିବାବେଳେ ବିଦ୍ୟୁତ ଜାମୱାଲ କ୍ୟାପସନରେ ଲେଖିଛନ୍ତି ଯେ “ବର୍ତ୍ତମାନ ସମୟ ଆସିଛି ଯୌନ ସ୍ୱାସ୍ଥ୍ୟ ଏବଂ ଇରେକ୍ଟାଇଲ୍ ଡିସଫଙ୍କସନ (ନପୁଂସକତା) ସମସ୍ୟାରୁ ମୁକ୍ତି ମିଳିପାରିବ। ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ଇରେକ୍ଟାଇଲ୍ ଡିସଫଙ୍କସନରେ ପୀଡିତ।  ଏଠାରେ, ୧୯ଟି କଲାରୀସୂତ୍ର ବ୍ୟାୟାମ ଅଛି, ଯାହା ଯଦି ପ୍ରତିଦିନ କରାଯାଏ, ତେବେ ଆପଣଙ୍କ ରକ୍ତ ସଠିକ୍ ଭାବରେ ପ୍ରବାହିତ ହେବ ଏବଂ ଯୌନଶକ୍ତିକୁ ପେଲଭିକ୍ ସ୍ଥାନକୁ ଫେରାଇ ଆଣିବାରେ ସାହାଯ୍ୟ କରିବ।”

Source : Zee News

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯୌନ ସ୍ୱାସ୍ଥ୍ୟ ଆପଣଙ୍କ ସମଗ୍ର ଶରୀରର ସ୍ୱାସ୍ଥ୍ୟର ଏକ ଅଂଶ। ସେଥିପାଇଁ ଏହା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଳରେ ଏହା ସହିତ ଜଡିତ ଅନେକ ଭୁଲ ଧାରଣା ଦୂର ହୋଇପାରିବ। ଏହା ଏକ ସୁନ୍ଦର ଏବଂ ସୁସ୍ଥ ଜୀବନଯାପନ ପାଇଁ ଖୁସି ଆଣିଥାଏ। ଏ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଭିଡିଓ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ଅଛି।”

ଏଠାରେ ପ୍ରକାଶ ଥାଉକି, ବିଦ୍ୟୁତ ଜାମୱାଲ ମାର୍ଶଲ ଆର୍ଟରେ ତାଲିମପ୍ରାପ୍ତ। ନିକଟରେ ତାଙ୍କ ନାମ ଦୁନିଆର ଶୀର୍ଷ ମାର୍ଶଲ ଆର୍ଟ କଳାକାରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଅଭିନେତା ତାଙ୍କର ଚଳଚ୍ଚିତ୍ରରେ ଆକ୍ସନ୍ ସିନ୍ ଏବଂ ମାର୍ଶଲ ଆର୍ଟ ପାଇଁ ହେଡଲାଇନରେ ରହିଥା’ନ୍ତି ।

ହିନ୍ଦି ସିନେମା ‘ଫୋର୍ସ’ ନିଜର ଫିଲ୍ମ କେରିଅର୍ ଆରମ୍ଭ କରିଥିବା ବିଦ୍ୟୁତ ଅନେକ ହିଟ୍ ସିନେମା ଦେଇଛନ୍ତି। ସେସବୁ ସିନେମା ଭିତରେ ରହିଛି ‘କମାଣ୍ଡୋ’, ‘କମାଣ୍ଡୋ-୨’, ‘କମାଣ୍ଡୋ-୩’ ‘ବାଦଶାହୋ’ ‘ଜଙ୍ଗଲ୍’ ‘ୟାରା’, ‘ଖୁଦା ହାଫିଜ୍’, ‘ଦି ପାୱାର୍’ ଆଦି ରହିଛି। ଆଗକୁ ‘ସନକ’ ମୁକ୍ତିଲାଭ କରିବାକୁ ଅଛି।

You might also like