ରିଲିଜ୍ ହେଲା ‘ଶକୁନ୍ତଳା ଦେବୀ’ର ଟିଜର୍
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟିଜର ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମଟି ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କର ଚମତ୍କାର ପ୍ରତିଭା ଉପରେ ଆଧାରିତ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍ କରାଯିବ। ଅସଂଖ୍ୟ ସଫଳତା ହାସଲ କରିଥିବା ଚିତ୍ତାକର୍ଷକ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ବାଲାନଙ୍କୁ ଦେଖିବାକୁ ମିଳିବ। ଶକୁନ୍ତଳା ଦେବୀଙ୍କୁ କାଲକୁଲେଟର ଠୁ ବି ଦ୍ରୁତ ବୋଲି କୁହାଯାଏ ଓ ତାଙ୍କର ମାଇଣ୍ଡ ହ୍ୟୁମାନ୍-କମ୍ପୁଟର ପରି ଚାଲୁଥାଏ।
‘ଶକୁନ୍ତଳା ଦେବୀ’ ଅନୁ ମେନନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ପ୍ରଡକ୍ସନ ଓ ବିକ୍ରମ ମାଲହୋତ୍ରାଙ୍କ ଦ୍ୱାରା ନିର୍ମିତ। ଜୁଲାଇ ୧୫ ଅର୍ଥାତ୍ ବୁଧବାର ଫିଲ୍ମର ଟ୍ରେଲର ରିଲିଜ ହେବ। ତେବେ ଫିଲ୍ମଟି ଜୁଲାଇ ୩୧ରେ ରିଲିଜ୍ ହେବ। ପ୍ରାଇମ୍ ଭିଡିଓ କ୍ୟାଟାଲଗ୍ରେ ଥିବା ହଲିଉଡ୍ ଓ ବଲିଉଡର ଟିଭି ଶୋ ଏବଂ ଫିଲ୍ମରେ ଏହା ସାମିଲ ହେବ।