କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ବିଦ୍ୟା ବାଲନ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ କରୋନା ଭାଇରସ ସହ ଲଢ଼େଇ କରିବା ପାଇଁ  ଆଗେଇ ଆସିଛନ୍ତି। ସେ ଡାକ୍ତର ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କ ପାଇଁ ୧୦୦୦ ପିପିଇ କିଟ୍ (PPE) ଦାନ କରିଛନ୍ତି। ସେ  ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ଉତ୍ତମ କାର୍ଯ୍ୟରେ ସହଯୋଗ କରିବାକୁ ଇନଷ୍ଟାଗ୍ରାମ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବାକୁ ବିଦ୍ୟା ବାଲାନ ମଧ୍ୟ ଅନୁରୋଧ କରିଛନ୍ତି। ବିଦ୍ୟା ବାଲାନଙ୍କ ଏଭଳି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି।

 

View this post on Instagram

 

Namaste, it is critical that we provide PPE (Personal Protective Equipment) kits to our healthcare workers for their protection in this #WarAgainstCovid19. I am donating 1000 PPE kits for our medical staff and have partnered with Tring to raise donation for another 1000 PPE kits which are in immediate need across India for our doctors and medical staff. For your contribution, I will send you a personal thank you video message recognising your generosity. This video will be in permanent memory with you. Log onto www.tring.co.in and go to my profile to donate or you can click this link: www.tring.co.in/Vidya-Balan Let’s all join the #WarAgainstCovid19 and #UniteForHumanity #StaySafe #StayHome #JustTringIt #IndiaFightsCorona

A post shared by Vidya Balan (@balanvidya) on

ବିଦ୍ୟା ବାଲାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି: “ନମସ୍ତେ, ଏହା ଜରୁରୀ ଯେ ଆମର ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ କୋଭିଡ -୧୯ ରେ ସୁରକ୍ଷା ପାଇଁ ପିପିଇ (PPE) କିଟ୍ ଯୋଗାଇବା ଜରୁରୀ ଅଟେ। ମୁଁ ମୋର ଡାକ୍ତରୀ କର୍ମଚାରୀଙ୍କ ପାଇଁ ୧୦୦୦ ପିପିଇ କିଟ୍‌ ଦାନ କରିଛି। ଏବଂ ଅନ୍ୟ PPE କିଟ୍ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଟ୍ରିଙ୍ଗ୍‌ ସହିତ ସହଭାଗୀତା କରିଛି। ପ୍ରକାଶ ଥାଉକି, ଭାରତରେ ଡାକ୍ତର ଓ ମେଡିକାଲ୍ କର୍ମଚାରୀଙ୍କ ପାଇଁ  ଜରୁରୀକାଳୀନ ଭିତ୍ତିରେ ୧୦୦୦ PPE କିଟ୍‌ ଆବଶ୍ୟକ ହୋଇଥାଏ।

ଲକ୍‌ଡାଉନ୍‌ ସମୟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଫିଲ୍ମ ‘ଶକୁନ୍ତଳା ଦେବୀ’ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତାଙ୍କ ଫିଲ୍ମର ଅନୁ ମେନନ୍ ନିର୍ଦ୍ଦେଶନା ଦେଇଛନ୍ତି। ଯାହା ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହେବ। ଏହି ଚଳଚ୍ଚିତ୍ରରେ ବିଦ୍ୟା ବାଲାନ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
ଶକୁନ୍ତଳା ଦେବୀ ପିଲାଦିନରୁ ବହୁତ ପ୍ରତିଭାଶାଳୀ ଥିଲେ ଏବଂ ତାଙ୍କ ପ୍ରତିଭାକୁ ଦେଖି ୧୯୮୨ ମସିହାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା।

 

 

You might also like