ବିଶିଷ୍ଟ‌ ଫିଲ୍ମ ନିର୍ଦ୍ଦେଶକ ସାଗର ସରହଦୀଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ‌ ଫିଲ୍ମ ନିର୍ଦ୍ଦେଶକ ସାଗର ସରହଦୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସାଗର ସରହଦୀଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସାଗର ସରହଦୀଙ୍କ ପରଲୋକ ନେଇ ପ୍ରମୁଖ ଅଭିନେତା, ଡାଇରେକ୍ଟର ଶୋକ ପ୍ରକାଶ କରିଛନ୍ତି।

ସାଗର ସରହଦୀ ଜଣେ ସ୍କ୍ରିପ୍ଟରାଇଟର୍‌, ଡାଇରେକ୍ଟର ଓ ପ୍ରଡ୍ୟୁସର ଥିଲେ। ‘ନୁରି’, ‘ବଜାର’, ‘Kabhi Kabhie’, ସିଲ୍‌ସିଲା’, ‘ଚାନ୍ଦିନୀ’, ‘ଦିୱାନା’, ‘କହୋ ନା ପ୍ୟାର୍‌ ହେ’ ଭଳି ଅନେକ ଫିଲ୍ମରେ ସେ କାର୍ଯ୍ୟ କରିଥିଲେ। ୧୯୭୬ରେ ହିଟ୍‌ ହୋଇଥିବା ଫିଲ୍ମ ‘Kabhi Kabhie’ ପାଇଁ ସେ ଡାଇଲଗ୍‌ ଲେଖିଥିଲେ। ଯାହା ତାଙ୍କୁ ଆହୁରି ଚର୍ଚ୍ଚାକୁ ଆଣିଥିଲା। ବେଷ୍ଟ ଡାଇଲଗ୍‌ ପାଇଁ ସେ Filmfare ଆୱାର୍ଡ ମଧ୍ୟ ଜିତିଥିଲେ।

 

 

 

View this post on Instagram

 

A post shared by Jackie Shroff (@apnabhidu)

You might also like