ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ତାଙ୍କ ଅଭିନୟ ସମୟରେ ବଲିଉଡକୁ ୧୦୦ରୁ ଊର୍ଦ୍ଧ ସିନେମା ଭେଟି ଦେଇଛନ୍ତି। ତେବେ ୧୯୬୨ରେ ମୁକ୍ତିଲାଭ କରିଥିବା “ଆରତୀ”ରେ ତାଙ୍କର ନେଗେଟିଭ୍ ଅଭିନୟ ପାଇଁ ସେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟି ଥିଲେ।

ଏହି ସିନେମାରେ ତାଙ୍କ ସହିତ ସହ-କଳାକାରଭାବେ ମୀନା କୁମାରୀ, ଅଶୋକ କୁମାର ଏବଂ ପ୍ରଦୀପ କୁମାରଙ୍କୁ ଦେଖିବାକୁ ମିଳିଥିଲା। ଏହା ଛଡା “ଖୁବସୁରତ”, “ଅନୁପମା”, ଓ “ଆୟି ମିଲନ କେ ବେଲା” ରେ ତାଙ୍କର ଚମତ୍କାର ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା।

ବଲିଉଡର ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କ ସହିତ ମଧ୍ୟ ତାଙ୍କର ଅନେକ ସିନେମା ରହିଛି। ସୁପରହିଟ୍ ସିନେମା “ବାଦଶାହା”ରେ ତାଙ୍କୁ ଶାହରୁଖଙ୍କ ମା ଭୂମିକାରେ ଦେଖିବାକୁ ମିଳିଥିଲା। “କଭି ଖୁସୀ କଭି ଗମ୍”ରେ ଦର୍ଶକେ ଶଶୀକଳାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ପାଇଥିଲେ। ସେହିପରି “ମୁଝେ ଶାଦି କରୋଗୀ” ରେ ସେ ସଲମାନ୍ ଖାନଙ୍କ ଜେଜେମା ଭୂମିକାରେ ଥିଲେ।

ଏହି ବରିଷ୍ଠ ଅଭିନେତ୍ରୀଙ୍କ ପରଲୋକରେ ସବୁ ମହଲରେ ଶୋକାକୁଳ ପରିବେଶ ଦେଖାଦେଇଛି।
ବରିଷ୍ଠ ଅଭିନେତ୍ରୀ ରୋନିତ୍ ରାୟ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ କହିଛନ୍ତି, “Shashikala ji… RIP.”
ବଲିଉଡକୁ ଏହି ବରିଷ୍ଠ ଅଭିନେତ୍ରୀଙ୍କ ଅବଦାନ ପାଇଁ ୨୦୦୭ରେ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରାଯାଇଥିଲା। ଶଶିକଳା ମଦର ଟେରେସାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଭିନ୍ନ ଜୀବନ ଜୀଉଥିଲେ।

You might also like