ଆଉ ନାହାନ୍ତି ବର୍ଷୀୟାନ୍ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। କୁମକୁମଙ୍କର ଦେହାନ୍ତ ନେଇ ପ୍ରକ୍ୟାତ କମେଡିଆନ୍ ଜନ୍ନି ୱାକରଙ୍କ ପୁଅ ନାସିର୍ ଖାନ୍ ଟ୍ୱିଟରରେ ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଶୋକର ସାୟା ଖେଳିଯାଇଛି। କୁମକୁମ୍ ‘ମଦର୍ ଇଣ୍ଡିଆ’, ‘ଉଜାଲା’, ‘ଏକ ସପେରା ଏକ ଲୁଟେରା’ ଏବଂ ‘ନୟା ଦୌର୍’ ଭଳି ଅନେକ ଫିଲ୍ମରେ ନିଜର ନୁଖଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିଲେ।

ନାସିର୍ ଖାନ୍ ଜନ୍ନି ୱାକର ଓ କୁସୁମଙ୍କ ଥ୍ରୋବ୍ୟାକ୍ ଫଟୋ ଶେଆର୍ କରି ଲେଖିଛନ୍ତି, ବିଗତଦିନର ଅଭିନେତ୍ରୀ କୁମକୁମ ଆଣ୍ଟିଙ୍କର ୮୬ ବର୍ଷରେ ଦେହାନ୍ତ ହୋଇଛି। ସେ ବହୁତ ଫିଲ୍ମ, ଗୀତ ଓ ଡାନ୍ସ କରିଛନ୍ତି। ସେ ମୋ ପିତା ଜନ୍ନି ୱାକରଙ୍କ ଅପୋଜିଟ୍‌ ଭୂମିକାରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ।

ସେହିପରି ବଲିଉଡ୍ ଅଭିନେତା ତଥା ପ୍ରଖ୍ୟାତ ଡାନ୍ସର ଜାଭେଦ୍ ଜାଫରୀ ଟ୍ୱିଟରରେ ଲେଖିଛନ୍ତି, ଆଜି ଆମେ ଆଉ ଜଣେ ମହାନ୍ କଳାକାରଙ୍କୁ ହରାଇଲୁ। ମୁଁ ପିଲାଦିନରୁ ହିଁ ତାଙ୍କୁ ଦେଖି ଆସୁଛି ଏବଂ ସେ ମୋ ପରିବାର ଥିଲେ। ସେ ଜଣେ ଜବରଦସ୍ତ ଆର୍ଟିଷ୍ଟ ଓ ଚମତ୍କାର ବ୍ୟକ୍ତିତ୍ୱ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

 

ସୂଚନାଯୋଗ୍ୟ, ୧୯୫୪ରେ କୁମକୁମ୍ ‘ଫିଲ୍ ଆର୍ ପାର୍’ର ଲୋକପ୍ରିୟ ଗୀତ ‘କଭି ଆର୍ କଭି ପାର୍ ଲାଗା ତିରେ ନଜର’ରେ ଜଣେ ଡାନ୍ସର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ରାଜା ଓୌର୍ ରଙ୍କ’, ଗୀତ୍, ଆଖେଁ ଏବଂ ଲଲ୍‌କାର ଭଳି ବଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ଏହାଛଡ଼ା କୁମକୁମ୍ ଭୋଜପୁରୀ ଫିଲ୍ମ ‘Ganga Maiyya Tohe Piyari Chadhaibo’ ଏବଂ ‘Laagi Nahi Chhute Ram’ ରେ ମଧ୍ୟ ଅଭିନୟ କରିଥିଲେ। ଏହି ଦୁଇଟି ଯାକ ଫିଲ୍ମ ୧୯୬୩ରେ ରିଲିଜ୍ ହୋଇଥିଲା। ଫିଲ୍ମ ‘ସିଆଇଡି’ର ଗୀତ ‘ୟେ ହେ ବମ୍ବେ ମେରି ଜାନ୍’ରେ ମଧ୍ୟ ସେ ଅଭିନେତ୍ରୀ ଭାବେ କାମ କରିଥିଲେ।

ଆହୁରି ପଢ଼ନ୍ତୁ

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

You might also like