ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ ମରାଠୀ ଟିଭି ସିରିଏଲରେ ଶୁଟିଂ କରୁଥିଲେ। ଏହି ଶୁଟିଂ ସମୟରେ ଆଶାଲତାଙ୍କ ସମେତ ୨୦ଜଣ କ୍ରୁ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଶାଲତାଙ୍କ ପରଲୋକରେ ବଲିଉଡ୍ ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ବଲିଉଡ୍ ଏବଂ ମରାଠୀ ଅଭିନେତା ଅଶୋକ ସରାଫ୍ ଆଶାଲତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଶା ନିଜ କ୍ୟାରିୟରର ଶୁଭାରମ୍ଭ ଥିଏଟରରୁ କରିଥିଲେ। ଆରମ୍ଭରୁ ସେ ମରାଠୀ ଓ କୋଙ୍କଣୀ ପ୍ଲେ’ କରୁଥିଲେ। ସେ ୧୦୦ରୁ ଅଧି କ ହିନ୍ଦି ଓ ମରାଠୀ ଫିଲ୍ମରେ କାମ କରିଥିଲେ। ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅପନେ ପରାୟେ’ ଜରିଆରେ ଆଶାଲତା ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅଂକୁଶ, ଆହିସ୍ତା-ଆହିସ୍ତା, ୱ ସାତ୍ ଦିନ୍, ନମକ ହଲାଲ୍ ଭଳି ଫିଲ୍ମରେ ନିଜର ନିଖୁଣ ଅଭିନୟ ଦେଖାଇଥିଲେ।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

You might also like