ଅଜୟଙ୍କୁ ଘେରି ଯାଇଥିଲେ ଲୋକେ, ୨୫୦ ସୁରକ୍ଷାକର୍ମୀ ଧରି ପହଞ୍ଚିଥିଲେ ବାପା

ମୁମ୍ବାଇ: ବଲିଉଡ୍‌ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍‌ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍‌। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍‌ର ନିର୍ଦ୍ଦେଶନା‌ ଦେବାରେ ସେ ଏକଦମ୍‌ ମାହିର୍‌। ତେବେ ବିରୁ ଦେବଗନ୍‌ ପୁଅ ଅଜୟକୁ ଖୁବ୍‌ ଭଲ ପାଆନ୍ତି। ଅଜୟଙ୍କ ସହ ଥରେ ଲୋକଙ୍କର ଗଣ୍ଡଗୋଳ ହେଉଥିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ୨୫୦ ସୁରକ୍ଷାକର୍ମୀ ଧରି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

ନିକଟରେ ସୋଶାଲ୍‌ ମିଡିଆରେ ଅଜୟଙ୍କର ଏକ ପୁରୁଣା ଭିଡ଼ିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଅଜୟ, ରିତେଶ୍‌ ଦେଶମୁଖ, ଅଭିଷେକ ବଚ୍ଚନ, ସାଜିଦ୍‌ ଖାନ୍‌ ଆଦି ଏକାଠି ବସି ଏକ ଶୋ’ରେ କଥାହେଉଥିବା ଦେଖିବାକୁ ମିଳିଛି।

ଏହି ସମୟରେ ପୁରୁଣା ଦିନରେ ଅଜୟଙ୍କ ସହ ଏକ ସ୍ମୃତିକୁ ମନେପକାଇ ସାଜିଦ୍ କହୁଛନ୍ତି,‌ ଥରେ ସେ ଅଜୟଙ୍କ ଧଳା ଜିପ୍‌ରେ ବୁଲୁଥିଲେ। ହଠାତ୍‌ ସାମ୍ନାକୁ ଗୋଟେ ଛୋଟ ଛୁଆ ଆସିଗଲା। ଅଜୟ ସେ ସମୟରେ ଗାଡି ଚଲାଉଥିଲେ। ସେ ଛୁଆକୁ ଦେଖି ହଠାତ୍‌ ବ୍ରେକ୍‌ ଲଗାଇଦେଇଥିଲେ। ପିଲା ଦେହରେ ମଧ୍ୟ ଗାଡି ବାଜିନଥିଲା। କିନ୍ତୁ ଗାଁ ଲୋକେ ଆସି ଅଜୟଙ୍କୁ ଗାଳି କରିବାରେ ଲାଗିଲେ।

ଏ ଖବର ଗାଡିରେ ଉପସ୍ଥିତ ଥିବା ଅଜୟଙ୍କର ଜଣେ ବନ୍ଧୁ ତାଙ୍କ ବାପାଙ୍କୁ ଦେଇଥିଲା। ବିରୁ ଦେବଗନ୍‌ ଏକଥା ଶୁଣି ୨୫୦ ସୁରକ୍ଷାକର୍ମୀଙ୍କୁ ଧରି ସେଠାରେ ପହଞ୍ଚିଥିଲେ ଏବଂ ଅଜୟଙ୍କୁ ନେଇ ଆସିଥିଲେ।

ସୂଚନାଯୋଗ୍ୟ ୨୦୧୯ ମେ ୨୭ତାରିଖରେ ବିରୁ ଦେବଗନ୍‌ଙ୍କର ଦେହାନ୍ତ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like