ପିଲାବେଳର ସାଥି ନତାଶାଙ୍କ ହାତ ଧରିଲେ ବରୁଣ

ମୁମ୍ବାଇ: ପିଲାବେଳର ସାଥି ନତାସା ଦଲାଲଙ୍କ ହାତ ଧରିଲେ ବଲିଉଡ୍‌ ଅଭିନେତା ବରୁଣ ଧୱନ। ମୁମ୍ବାଇର ଅଲିବାଗ୍‌ ସ୍ଥିତ The Mansion House ରେ ଗତକାଲି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଲେବ୍ରିଟିଙ୍କଠୁ ଆରମ୍ଭ କରି ଫ୍ୟାନ୍ସମାନେ ଏହି ନବ ଦମ୍ପତିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

ବାହାଘର ବେଳେ ଯେମିତି କିଛି ଫଟୋଗ୍ରାଫ ବାହାରକୁ ନଯାଏ ସେଥିପାଇଁ ରିସୋର୍ଟର କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ବାରଣ କରାଯାଇଥିଲା। ମ୍ୟାରେଜ୍‌ ପ୍ରୋସେସନ୍ ମଧ୍ୟ ରିସୋର୍ଟ କ୍ୟାମ୍ପସ୍ ଭିତରେ ହିଁ କରାଯାଇଥିଲା। ଏହି ବିବାହ ଉତ୍ସବରେ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ଓ ମନିସ ମାଲହୋତ୍ରା ପ୍ରମୁଖ ଯୋଗ ଦେଇଥିଲେ।

ନିଜେ ବରୁଣ ମଧ୍ୟ ବିବାହ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଯାହାକି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋ ଶେଆର କରି କ୍ୟାପସନ୍‌ରେ ବରୁଣ ଲେଖିଛନ୍ତି,‘Life long love just became official ❤️’ । ୱେଡିଂ ଡ୍ରେସ୍‌ରେ ଉଭୟ ବେଶ୍‌ ସୁନ୍ଦର ଦେଖା ଯାଉଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by VarunDhawan (@varundvn)

ବରୁଣ ଓ ନତାଶା ଉଭୟ ଛୋଟବେଳର ସାଙ୍ଗ। ଗତବର୍ଷ ସେମାନେ ବିବାହ ପାଇଁ ଯୋଜନା କରିଥିଲେ। ହେଲେ କରୋନା ଓ ଲକ୍‌ଡାଉନ୍‌ ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା।

 

View this post on Instagram

 

A post shared by Voompla (@voompla)

 

View this post on Instagram

 

A post shared by Voompla (@voompla)

ପଢ଼ନ୍ତୁ: ୱେଡିଂ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ବରୁଣଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

You might also like