ଚର୍ଚ୍ଚିତ ଧାରା ୩୭୦କୁ ନେଇ ଆସିଲା ଗୀତ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସାରା ଭାରତରେ ଉତ୍ସବର ମାହୋଲ୍। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ତିଆରି କରିଛି ‘ଉଠିଗଲା ଧାରା ୩୭୦’ ଗୀତ। ଏହି ଗୀତଟି ହେଉଛି ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର। ଏହାକୁ ଆଶୁତୋଷ ଏବଂ ଲୋପାମୁଦ୍ରା ଗାଇଥିବା ବେଳେ ଗୀତ ଲେଖିଛନ୍ତି ଲୋକପ୍ରିୟ ଗୀତିକାର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ତରଙ୍ଗ ପ୍ରଡକ୍‌ସନ୍ସର ତିଆରି କରିଥିବା ଏହି ଫିଲ୍ମଟି ଦଶହରା ବଜାରରେ ରିଲିଜ୍‌ ହେବ।

ଗୀତର ରିଦିମ୍‌ ଏମିତି ହେଇଛି ଯେ ଗୀତ ଶୁଣିଲା ମାତ୍ରେ ନାଚିବାକୁ ମନହେବ। ଗୀତର ପ୍ରଥମ ଧାଡ଼ି ହେଲା-‘କାଶ୍ମୀରରୁ କନ୍ୟା କୁମାରୀ, ଚାଲ୍‌ ଟିକେ ରାଉଣ୍ଡ ମାରିବା। ଉଠିଗଲା ଧାରା ୩୭୦, କାହିଁକି ମଣି ଟେନ୍‌ସନ୍‌ ନେବା’। ଦଶରା ବଜାରରେ ଏହି ଗୀତଟି ମାର୍କେଟ୍‌ ନେବ ବୋଲି ଏହାର କ୍ରୁ ମ୍ୟାମ୍ବର ବେଶ୍‌ ଆଶାବଦୀ।

ସବୁବେଳେ କରେଣ୍ଟ ଟପିକ୍‌ ଏବଂ ଟ୍ରେଣ୍ଡିଂ କଥାକୁ ନେଇ ଗୀତ ଲେଖୁଥିବା ନିର୍ମଳ ନାୟକ ଏଥିରେ ମଧ୍ୟ ଟ୍ରେଣ୍ଡିଂ ଟପିକ୍‌କୁ ସାମିଲ୍‌ କରିଛନ୍ତି। ଗୀତଟି ୟୁଟ୍ୟୁବ୍‌ରେ ଅପଲୋଡ୍‌ ହେବାର ୨୪ ଘଣ୍ଟା ମଧ୍ୟରେ  ଏହାକୁ ପାଖାପାଖି ଲକ୍ଷେଥର ଦେଖାଯାଇ ସାରିଲାଣି।

ସୂଚନା ଅନୁଯାୟୀ, ‘ମିଷ୍ଟର ମଜ୍‌ନୁ’ ଦଶହରାରେ ରିଲିଜ୍‌ ହେବ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୂର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି।

ସୌଜନ୍ୟ ୟୁଟ୍ୟୁବ୍-

ଆହୁରି ପଢ଼ନ୍ତୁ

ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

You might also like