ମୁମ୍ବାଇ : ବଲିଉଡ୍ ଦୁନିଆରେ ଯଦି କିଛି ହଟ୍ ନାୟିକାଙ୍କୁ ଖୋଜାଯାଏ ତେବେ ଉର୍ବଶୀ ରୌତେଲା ଏଥିରୁ ବାଦ୍ ପଡିବେ ନାହିଁ। ସୁଟିଂ ସେଟ୍‌ରେ ଥିବା ସିନ୍‌କୁ ନେଇ ହେଉ ବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଘଟଣାକୁ ନେଇ ହେଉ ଉର୍ବଶୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏ ସବୁକୁ ନେଇ ସେ ତାଙ୍କ ପ୍ରଶଂସକମାନଙ୍କ ସହିତ ସୋସିଆଲ୍ ମିଡିଆରେ ସବୁ ସେୟାର କରନ୍ତି। ଏହି କାରଣରୁ ଉର୍ବଶୀ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ। ସୋସିଆଲ୍ ମିଡିଆରେ ସେ ପୋଷ୍ଟ କରୁଥିବା ତାଙ୍କର ଆକର୍ଷଣୀୟ ଫଟୋଗୁଡିକ ବେଶ୍ ଭାଇରାଲ୍ ହେଉଥିବା ବେଳେ ଅନେକ ପ୍ରଶଂସା ମଧ୍ୟ ମିଳେ।

ତେବେ ନିକଟରେ ଉର୍ବଶୀ ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ସେୟାର କରିଛନ୍ତି ଯେଉଁ ପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡିଛି। ଲୋକମାନେ ‘ନାୟକ’ ଚଳଚ୍ଚିତ୍ରର ଅନିଲ କପୁର ବୋଲି ତାଙ୍କୁ ଥଟ୍ଟାକରି କହୁଛନ୍ତି। ଉର୍ବଶୀଙ୍କ ଏହି ଫଟୋରେ ଅନେକ ଲୋକ ତାଙ୍କୁ ‘ନାୟକ ୨.୦’ ବୋଲି କହି ଟ୍ରୋଲ କରୁଛନ୍ତି।

ସୋମବାର, ଉର୍ବଶୀ ନିଜର ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମଡ୍-ବାଥ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ଉର୍ବଶୀଙ୍କର ସମ୍ପୂର୍ଣ୍ଣ ଶରୀର ବସ୍ତ୍ରହୀନ ଥିବାବେଳେ ମାଟିରେ ଆଚ୍ଛାଦିତ ହୋଇଛି। ବାସ୍ତବରେ ଏହା ହେଉଛି ‘ମଡ୍-ଥେରାପି’ ର ଫଟୋ। ଏହି ଫଟୋ ସହିତ ଉର୍ବଶୀ ସେୟାର କରିଛନ୍ତି ଯେ ରାଣୀ କ୍ଲିୟୋପାଟ୍ରା ମଧ୍ୟ ମଡ୍-ବାଥ୍ ଥେରାପି ବ୍ୟବହାର କରୁଥିଲେ। ତେବେ ଉର୍ବଶୀଙ୍କ ଶରୀରରେ ଲେପ ଦିଆଯାଇଥିବା ଏହି କାଦୁଅ ଲାଲ ମାଟିର, ଯେଉଁଥିରେ ଅନେକ ଖଣିଜ ପଦାର୍ଥ ଅଛି। ଏହା ଚର୍ମ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ।

ତେବେ ସୋସିଆଲ୍ ମିଡିଆରେ ତାଙ୍କର ଏହି ଫଟୋ ଦେଖି ଲୋକମାନେ ‘ନାୟକ’ ଚଳଚ୍ଚିତ୍ରର ହିରୋ ସିଏମ୍ ଶିବାଜୀ ରାଓଙ୍କୁ ମନେ ପକାଇଛନ୍ତି। ଏହି ଚଳଚ୍ଚିତ୍ରରେ ମଧ୍ୟ ଅନିଲ କପୁର ଏକ ଫାଇଟିଂ ସିନ୍‌ରେ ସମ୍ପୂର୍ଣ୍ଣଭାବେ କାଦୁଅରେ ଆବୃତ ହୋଇଥିବା ଦେଖିବାକୁ ମିଳେ। ଉର୍ବଶୀଙ୍କ ଏହି ଫଟୋ ଉପରେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏ ତ ହେଉଛି ଆମ ସିଏମ ଶିବାଜୀ ରାଓ।’ ସେହିପରି ଆଉ କିଛି ଲୋକ ଏହି ଫଟୋକୁ ‘ନାୟକ ୨.୦’ ର ପୋଷ୍ଟର ବୋଲି କହିଛନ୍ତି।

ଉର୍ବଶୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଭର୍ଜିନ୍ ଭାନୁପ୍ରିୟା’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଗୌତମ ଗୁଲାଟି, ଅର୍ଚ୍ଚନା ପୁରାଣ ସିଂ ମଧ୍ୟ ନଜର ଆସିଥିଲେ।

Other Stories