ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’ର ଅଡିଓ

ବାବୁସାନ ଓ ସନମିରାଙ୍କ ଯୋଡ଼ି ଜମିବ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପରଦାକୁ ଅାସିବାକୁ ଯାଉଛି ଅଭିନେତା ବାବୁସାନ ଓ ଅଭିନେତ୍ରୀ ସନମିରାଙ୍କ ଅଭିନୀତ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଗତକାଲି କଟକରେ ଫିଲ୍ମର ଅଡ଼ିଓ ରିଲିଜ୍‌ ହୋଇଛି। ପ୍ରଦ୍ୟୁମ୍ନ ଲେଙ୍କା, ଡ଼ିପି ଖଣ୍ଡେଲୱାଲ ଓ ଅନୁପ ଅଗ୍ରୱାଲ ଫିଲ୍ମର ପ୍ରଯୋଜନା ଦେଇଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଧାଂଶୁ ମୋହନା ସାହୁ।

ତରଙ୍ଗ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ଗୀତ ଗୁଡ଼ିକର ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଦେଇଥିବାବେଳେ ଗୀତ ରଚନା କରିଛନ୍ତି  ନିର୍ମଳ ନାୟକ। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ୫ଟି ଗୀତ ବେଶ ହିଟ୍ ହୋଇସାରିଛି। ସବୁ ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ।

You might also like