ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପୁଲିସ୍ର ଖୋଳତାଡ଼
ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ୍ ଗୁରୁବାର ଅଭିନେତ୍ରୀଙ୍କ ଘରକୁ ଯାଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଫେବୃଆରୀରେ ବଲିଉଡ୍ର ଏହି ଟପ୍ ଅଭିନେତ୍ରୀଙ୍କ ସମେତ ୪ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ଏକ ଇଭେଣ୍ଟ ପାଇଁ ସୋନାକ୍ଷୀ ୨୪ ଲକ୍ଷ ଟଙ୍କା ନେଇଥିଲେ ହେଲେ ଇଭେଣ୍ଟକୁ ଆସି ନଥିଲେ। ଇଭେଣ୍ଟଟି ୨୦୧୮ ମସିହା ସେପ୍ଟେମ୍ବର ମାସରେ ହେବାର ଥିଲା।
ଠକେଇ ଓ ବିଶ୍ୱାସଘାତକତା ଅଭିଯୋଗରେ ସୋନାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।