ପୁଅର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା

ପୁଅ ଆଦିତ୍ୟର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା। ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ ପରେ ଅନେକ ସିକ୍ରେଟ ଲୋକଲୋଚନକୁ ଆସିବାରେ ଲାଗିଛି। ଇତି ମଧ୍ୟରେ ପୁଅର ପ୍ରେମ ସମ୍ପର୍କକୁ ନେଇ ଆଉ ଏକ ସିକ୍ରେଟ୍ କହିଛନ୍ତି ବାପା ଉଦିତ୍। ଆଦିତ୍ୟ-ଶ୍ୱେତାଙ୍କ ସହିତ ୧୦ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍‌ରେ ରହିଥିବା ସେ କହିଛନ୍ତି।
ଏକ ସାକ୍ଷାତକାର ଅବସରରେ ଉଦିତ କହିଛନ୍ତି ଯେ ଆଦିତ୍ୟ ଓ ଶ୍ୱେତା ଦୁହେଁ ବହୁତ ଭଲ ବନ୍ଧୁ ଥିଲେ। ଦୀର୍ଘ ୧ ଦଶନ୍ଧି ଧରି ଏକାଠି ରହିଆସିଛନ୍ତି। କିନ୍ତୁ ଉଭୟ ମଧ୍ୟରେ କେବେ ପ୍ରେମ ସମ୍ପର୍କ ଗଢିଉଠିଥିଲା ତାହା ଜଣା ନଥିଲା।

ସେ ଆହୁରି କହିଛନ୍ତି ଯେ, ମୋର ଗୋଟିଏ ମାତ୍ର ପୁଅ। ବହୁ ଆଡ଼ମ୍ବରରେ ଆମେ ପାଳନ କରିବା ପାଇଁ ଚାହୁଁଥିଲୁ। କିନ୍ତୁ କରୋନା ସବୁ ଖୁସି ଓ ସେଲିବ୍ରେସନକୁ ଛଡ଼ାଇନେଲା। ଏପରିକି ମୋ ପୁଅର କରୋନା ମହାମାରୀର ପର ସମୟରେ ବିବାହ କରିବାକୁ ଚାହୁଁଥିଲି। କିନ୍ତୁ ଶ୍ୱେତାଙ୍କ ଫ୍ୟାମିଲି ଓ ଆଦିତ୍ୟ ଏବେ ବିବାହ କରିବାକୁ ଚାହୁଁଥିଲେ।

ମୋ ପୁଅ ଓ ଶ୍ୱେତା ଦଶ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍‌ରେ ରହୁଥିଲେ। ଆଉ ସେମାନଙ୍କୁ ଅଫିସିଆଲ ଭାବେ ଏକାଠି କରିବାକୁ ଏହାହିଁ ପ୍ରକୃତ ସମୟ ଥିଲା। ଆଦିତ୍ୟ ଓ ଶ୍ୱେତାଙ୍କ ବିବାହରେ ସେ ପ୍ରଧାନମନ୍ତ୍ରୀ ଓ ବିଗ୍‌ ବିଙ୍କୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତାଭ ବଚନ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିବା କହିଛନ୍ତି ଆଦିତ୍ୟଙ୍କ ବାପା ଉଦିତ ନାରାୟଣ।

ବିବାହର କିଛି ଦିନ ପୂର୍ବରୁ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ସମ୍ପର୍କକୁ ସର୍ବସମ୍ମୁଖକୁ ଆଣିଥିଲେ ଆଦିତ୍ୟ। ଆଦିତ୍ୟଙ୍କ କହିଥିଲେ ଯେ, ୨୦୧୦ରେ ‘ଶାପିତ୍‌’ ଫିଲ୍ମ ସେଟ୍‌ରେ ଶ୍ୱେତାଙ୍କ ସହ ତାଙ୍କର ଦେଖାହୋଇଥିଲା। ସେଟ୍‌ରେ ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ। ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ। ସେତେବେଳେ ଦୁହେଁ ରିଲେସନ୍‌ସିପ୍‌ରେ ଆସିବାକୁ ଚାହୁଁନଥିଲୁ। କିନ୍ତୁ ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମର ରୂପ ନେଲା।

ଆହୁରି ପଢନ୍ତୁ: ଆଦିତ୍ୟଙ୍କ ବିବାହରେ ଫୁଲ୍ ସେଲିବ୍ରେସନ୍, ପୁଅ ସହ ନାଚିଲେ ଉଦିତ୍

You might also like