ଗଞ୍ଜେଇକୁ ଆଇନସମ୍ମତ କରିବାକୁ କହିଲେ ଉଦୟ ଚୋପ୍ରା

ମୁମ୍ବାଇ: କଳାକାରମାନେ ବିଭିନ୍ନ ସମୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଥାନ୍ତି। ତେବେ କଳାକାରମାନଙ୍କୁ ସେମାନଙ୍କର ସମାଲୋଚକମାନେ ହିଁ ଟ୍ରୋଲ୍‌ କରିଥାନ୍ତି।

ବିଶେଷ କରି କିଛି କଳାକାର ଅଛନ୍ତି ସେମାନେ କୌଣସି ପୋଷ୍ଟ କରିବା ମାତ୍ରେ ହିଁ ଟ୍ରୋଲିଂର ଶିକାର ହୋଇଥାନ୍ତି। ସେମିତ ଜଣେ ଅଭିନେତା ହେଲେ ଉଦୟ ଚୋପ୍ରା। ନିକଟରେ ଉଦୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଏବେ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି।

ଉଦୟଙ୍କ ମତରେ ଭାରତରେ ଗଞ୍ଜେଇକୁ ଆଇନସମ୍ମତ କରିଦେବା ଉଚିତ। କାରଣ ଗଞ୍ଜେଇକୁ ଆମ ପରମ୍ପରାରେ ସ୍ଥାନ ଦିଆଯାଇଛି।  ଏହାସହ ଗଞ୍ଜେଇରେ ଅନେକ ରୋଗ ଭଲ ହେବା ସହିତ ବହୁ ରାଜସ୍ୱ ମିଳିପାରିବ ବୋଲି ଉଦୟ ଯୁକ୍ତି କରିଛନ୍ତି। ଉଦୟଙ୍କ ଏହି ଟ୍ୱିଟ୍‌ ପରେ ମୁମ୍ବାଇ ପୁଲିସ ମଧ୍ୟ ଟ୍ୱିଟ୍‌ ଯୋଗେ ନିଜର ମତ ଦେଇଛି।

 

You might also like