ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଦୁଇଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ବହୁ ଚର୍ଚ୍ଚିତ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ବଲିଉଡ୍‌ ଫିଲ୍ମ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’। ଏଥସହ ଆଉ ଏକ ନୂଆ ଫିଲ୍ମ ଏବଂ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’ ମଧ୍ୟ ରିଲିଜ୍‌ ହୋଇଛି।

୨୦୧୬ ମସିହା କଶ୍ମୀରର ଉରି ଆର୍ମି ବେସ୍‌ କ୍ୟାମ୍ପ୍‌ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତି ଜବାବ୍‌ରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ଏହି ଫିଲ୍ମର କାହାଣୀ ଆଧାରିତ।

ୟଙ୍ଗ ଟାଲେଣ୍ଟେଡ୍‌ ଭିକି କୌଶଲ୍‌, ୟାମୀ ଗୌତମ, ପରେଶ ରାୱଲ୍‌ ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌ଙ୍କ ଚରିତ୍ରରେ ବର୍ଷୀୟାନ୍‌ ଅଭିନେତା ପରେଶ ରାୱଲ୍ ଅଭିନୟ କରିଛନ୍ତି। ଯାହା ଫିଲ୍ମକୁ ରିଲିଜ୍ ପୂର୍ବରୁ ଅଧିକ ଚର୍ଚ୍ଚାକୁ ଆଣିଛି।

ଅନ୍ୟପଟେ, ଉରିକୁ ଟକ୍କର ଦେଉଛି ବିବାଦୀୟ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହୋଇଥିବା ବିଭିନ୍ନ ଘଟଣାକ୍ରମକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅନୁପମ୍‌ ଖେର୍‌ ଅଭିନୟ କରିଛନ୍ତି।

ତେବେ ରିଲିଜ୍ ପୂର୍ବରୁ ମାମଲା ରୁଜୁ ଓ ବିରୋଧର ସାମ୍ନା କରିଥିବା ଏହି ଫିଲ୍ମ ପରଦାରେ କେତେ ପରିମାଣରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ତାହା ଦେଖିବାକୁ ବାକି ରହିଲା।

ତେବେ ଏହି ଦୁଇଟି ଫିଲ୍ମ ବକ୍ସ ଅଫିସ୍‌ରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି।

 

 

 

You might also like