ଟେଲି ଅଭିନେତ୍ରୀ ଦିବ୍ୟାଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗରଙ୍କ ପରଲୋକ ହୋଇଛି। ଆଜି ସକାଳେ ମୁମ୍ବାଇର ସେଭେନ୍ ହିଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା।
ନଭେମ୍ବର ୨୬ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଥିଲା। କମେଡି ଶୋ’ ‘Tera Yaar Hoon Main’ର ଶୁଟିଂ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲ।
ଦିବ୍ୟାଙ୍କ ପରଲୋକରେ ଟେଲି ଦୁନିଆର ଅଭିନେତା, ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି।
View this post on Instagram
View this post on Instagram
ଗତବର୍ଷ ଡିସେମ୍ବରରେ ଗଗନ ନାମକ ଜଣେ ବ୍ୟକ୍ତିଙ୍କ ସହ ଦିବ୍ୟାଙ୍କ ବିବାହ ହୋଇଥିଲା। ଗଗନ ଅନେକ ରିଅଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଗଗନ ଛାଡ଼ି ଚାଲିଯିବା ପରେ ଦିବ୍ୟା ଘରେ ଏକାକୀ ରହୁଥିଲେ।
ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ସଂସ୍କାର’ ଓ ‘ଉଡାନ୍’, ‘Jeet Gayi Toh Piyaa Morre’ ଭଳି ଅନେକ ଲୋକପ୍ରିୟ ସିରିୟଲରେ ଦିବ୍ୟା ଅଭିନୟ କରିଥିଲେ।