ପତ୍ନୀଙ୍କ ସହ ଏକ ନୂଆ ଦୁନିଆରେ ପ୍ରବେଶ କଲେ ଟିଭି ଆକ୍ଟର ଦୀପେଶ

ମୁମ୍ବାଇ: ପପୁଲାର୍‌ ଟିଭି ଶୋ’ ‘ଭାବୀ ଜୀ ଘର ପର ହେଁ’ରେ ମଲଖାନ୍‌ ଭୂମିକାରେ ଅଭିନୟ କରୁଥିବା ଦୀପେଶ ଭାନ୍ ନିକଟରେ ବିବାହ କରିଛନ୍ତି। ସେ ତାଙ୍କ ବାହାଘରର ଏକ ଫଟୋ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ପତ୍ନୀଙ୍କ ସହିତ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି,“ମୁଁ ବାହା ହୋଇଗଲି। ଏବେ ମୁଁ ମୋ ସୁନ୍ଦରୀ ପତ୍ନୀଙ୍କ ସହିତ ଏକ ନୂଆ ଦୁନିଆରେ ପ୍ରବେଶ କରିଛି।”

ସୋଶାଲ୍ ମିଡିଆରେ ଦୀପେଶଙ୍କ ବାହାଘର ଫଟୋ ଦେଖିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦୀପେଶଙ୍କ ବାହାଘର ଜାକଜମକରେ ହୋଇ ନଥିଲା। ଉଭୟଙ୍କ ପରିବାରର ସଦସ୍ୟଙ୍କ ସହିତ କିଛି ଖାସ୍ ବନ୍ଧୁମାନଙ୍କ ଉପସ୍ଥିତିରେ ଅତି ନିରାଡ଼ମ୍ବରରେ ଏହି ବାହାଘର ହୋଇଥିଲା।

‘ଭାବୀ ଜୀ ଘର ପର ହୈ’ରେ ଦୀପେଶ ଅନେକ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଆଉ ଦର୍ଶକ ବି ତାଙ୍କର ପ୍ରତିଟି ଚରିତ୍ରକୁ ବହୁତ ଭଲ ପାଆନ୍ତି।

କିଛି ଦିନ ତଳେ ଏକ ସାକ୍ଷାତକାରରେ ସେ କହିଥିଲେ,“ମଲଖାନ୍ ଭୂମିକାରେ ଅଭିନୟ କରି ମୁଁ ବହୁତ ଲାଭବାନ ହୋଇଛି। ଏହା ମୋ କ୍ୟାରିୟରକୁ ଏକ ଭିନ୍ନ ମୋଡ଼ ଦେଇଛି।”

ସେ ଆହୁରି କହିଥିଲେ,“ଭାବୀ ଜୀ ଘର ପର ହେଁ ପୂର୍ବରୁ ମୁଁ ୫ଟି ଶୋ’ରେ କାମ କରିଥିଲି। କିନ୍ତୁ ଏଥିରେ ମୋତେ ଅଭିନେତା ଭାବେ ପରିଚୟ ମିଳିଛି।”

ନେହା ପେଂଡ୍‌ସେଙ୍କ ଅଭିନୀତ ଶୋ’ ‘ମେ ଆଇ କମ୍ ଇନ୍ ମ୍ୟାଡମ୍‌’ରେ ବି ଦୀପେଶ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

You might also like