ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ନୂଆଦିଲ୍ଲୀ: ଜାଣନ୍ତି, ଶରୀରରେ କିଡ୍‌ନୀର ସ୍ଥାନ କେଉଁଠି ? ହାର୍ଟରେ ! କେବେ ଶୁଣିଥିଲେ ? ଏକଥା ଆମେ କହୁନୁ, କହିଛନ୍ତି  ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ।

ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ଏପରି ଓଲଟାସିଧା କଥା ପାଇଁ  ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ଏବେ ଏହି ଅଦ୍ଭୁତ ମନ୍ତବ୍ୟ ପାଇଁ ପୁଣି ଥରେ  ଟ୍ରୋଲର ଶିକାର ହୋଇଛନ୍ତି।


ଟ୍ରମ୍ପ୍‌ଙ୍କର ଏହି କଥା ଶୁଣିଲେ ପରେ ଆପଣ ବି ହସକୁ ସମ୍ବରଣ କରି ପାରିବେ ନାହିଁ। ସୋଶାଲ ମିଡିଆରେ ଭାଇରାଲ୍‌ ହେଉଥିବା ଏକ ଭିଡିଓରେ ଟ୍ରମ୍ପ୍‌ କହିଛନ୍ତି, ‘ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି’। ଟ୍ରମ୍ପ୍‌ ଏହି ମନ୍ତବ୍ୟ ଦେଉଥିବା ସମୟର ଏକ ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଘୁରି ବୁଲୁଛି। ଆରୋନ୍‌ ରୁପାର୍‌ ନାମରେ ଜଣେ ସାମ୍ୱାଦିକ ଏହି ଭିଡିଓଟିକୁ ତାଙ୍କର ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।

ବୁଧବାର ଗୋଟିଏ ମେଡିକାଲ୍‌ କଲେଜ୍‌ରେ କିଡ୍‌ନୀ ଦାନ ଓ କିଡ୍‌ନୀ ସମ୍ୱନ୍ଧୀୟ ରୋଗକୁ ନେଇ ଉଦ୍‌ବୋଧନ ଦେଉଥିବା ସମୟରେ ଟ୍ରମ୍ପ୍‌ କହିଥିଲେ, ‘ମେଡିକାଲ୍‌ରେ ଡାକ୍ତରମାନେ କିଡ୍‌ନୀ ସମସ୍ୟାକୁ ନେଇ କଠିନ ପରିଶ୍ରମ କରିଥାନ୍ତି। ତେଣୁ ହାର୍ଟରେ କିଡ୍‌ନୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।’

ଗୋଟିଏ ଦେଶର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ଶରୀରର କେଉଁ ସ୍ଥାନରେ ହାର୍ଟ ଓ କିଡ୍‌ନୀ ରହିଛି, ତାହା ଟ୍ରମ୍ପଙ୍କୁ ଜଣାନାହିଁ। କିଛି ୟୁଜର୍ସ ଏହି ମନ୍ତବ୍ୟକୁ ନେଇ ଓଲଟାସିଧା କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ୟୁଜର୍ସଙ୍କର ଟ୍ରୋଲିଙ୍ଗ୍‌ ପରେ ଏ ସମ୍ପର୍କରେ ଟ୍ରମ୍ପଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ

ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

You might also like