ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍

ପୁଣି ପରଦାକୁ ଆସିବ କଶ୍ମୀର ଷ୍ଟୋରୀ

ମୁମ୍ବାଇ: ପୁଣି ଥରେ ପରଦାକୁ ଆସିବ କଶ୍ମୀର ଷ୍ଟୋରୀ । ଉପତ୍ୟକାର କାହାଣୀକୁ ନେଇ ଆଧାରିତ ହିନ୍ଦୀ ଫିଲ୍ମ ‘ନୋଟ୍‌ବୁକ୍‌’ର ଟ୍ରେଲର୍ ରିଲିଜ୍ ହୋଇଛି । ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ ।

ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍ । ପ୍ରନୂତନ ହେଉଛନ୍ତି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣି ଓ ଅଭିନେତା ମହନିଷ ବେହଲଙ୍କ ଝିଅ ।  ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ବେଶ୍‌  ପ୍ରଂଶସିତ ହୋଇଛି ଫିଲ୍ମର ଟ୍ରେଲର୍ । କଶ୍ମୀରର ଏକ ବିଚ୍ଛିନ୍ନ ଅଞ୍ଚଳରେ ଶିକ୍ଷକ ଭାବେ ଥିବା ନଜର ଆସିବେ ପ୍ରନୂତନ ।

ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିବା ଏହି ସ୍କୁଲରେ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଇବେ ଜାହିର୍ । ତେବେ ପ୍ରନୂତନଙ୍କ ନୋଟ୍‌ବୁକ୍‌କୁ  ପଢ଼ି କିପରି ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିଚ୍ଛେଦ ହେଉଛି ସେ ନେଇ ଫିଲ୍ମର କାହାଣୀ ଗତି କରୁଛି । ଚଳିତ ବର୍ଷର ସଲମାନ୍‌ଙ୍କ ପ୍ରଡକ୍ସନ୍‌ର ଏହା ହେଉଛି ପ୍ରଥମ ସିନେମା। ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ସଲମାନ୍ ।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

You might also like