ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ଦୁଇଟି ଫିଲ୍ମ
ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର ଆସିଛନ୍ତି। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜିମ୍ମି ଶେରଗିଲ, ମାହି ଗିଲ, ଓ ଚିତ୍ରାଙ୍ଗନ୍ଧା ସିଂହ ଏଥିରେ ନଜର ଆସିଛନ୍ତି।
ଫିଲ୍ମରେ ଭରି ରହିଛି ଡ୍ରାମା ଓ ସସ୍ପେନ୍ସ । ଅନ୍ୟପଟେ ବକ୍ସ ଅଫିସକୁ ଆସିଛି ହଲିଉଡ୍ ସୁପରଷ୍ଟାର ଟମ୍ କ୍ରୁସଙ୍କ ଆକ୍ସନ ପ୍ୟାକ୍ ଫିଲ୍ମ ‘ମିଶନ ଇମପୋସିବୁଲ ଫଲ୍ଆଉଟ୍’ ଟମଙ୍କ ମିଶନ ଇମପୋସିବୁଲ ସିରିଜର ଏହା ଷଷ୍ଠ ଫିଲ୍ମ। ଫିଲ୍ମରେ ଟମ ନିଜ ଲୋକପ୍ରିୟ ଚରିତ୍ର ସିକ୍ରେଟ୍ ଏଜେଣ୍ଟ ଇଥାନ ହଣ୍ଟ ଭୁମିକାରେ ପୁଣି ନଜର ଆସିଛନ୍ତି। ଯିଏକି ପୁଣି ଏକ ନୂଆ ମିଶନରେ ବାହାରି ପଡିଛନ୍ତି। ଫିଲ୍ମରେ ଭରି ରହିଛି ଜବରଦସ୍ତ ଆକ୍ସନ ଦୃଶ୍ୟ।