ଅଭିନୟ ପାଇଁ ଚାକିରି ଛାଡିଥିଲେ ସବ୍ୟ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍‌ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍‌ ଆଲବମ୍‌ ଦେଇ ସେ ସମୟରେ ଢେର୍‌ ପ୍ରଶଂସା ସାଉଁଟୁଥିଲେ ସବ୍ୟ।

ତେବେ ସବ୍ୟସତୀ ଜଣେ ଇଞ୍ଜିନିୟର, ସିଲିକନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ସେ ଇନ୍‌ଫୋସିସ୍‌ରେ କାମ କରୁଥିଲେ। କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲାନି। ଚାକିରି ଛାଡି ସବ୍ୟସଚୀ ମନୋରଞ୍ଜନ ଦୁନିଆରେ ପାଦଦେଲେ। ପ୍ରଥମେ ଆଲବମ୍‌ ତା’ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ୍‌ର ସୁପରଷ୍ଟାର ହୋଇଗଲେ ସବ୍ୟ।

ତେବେ ସବ୍ୟସଚୀ କେବଳ ଭଲ ଅଭିନୟ କରନ୍ତି ନାହିଁ, ସେ ଭଲ ଗୀତ ମଧ୍ୟ ଗାଆନ୍ତି। ଆପଣ ବୋଧହୁଏ ଜାଣିନଥିବେ ତାଙ୍କ ଅଭିନୀତ ‘ପିଲାଟା ବିଗିଡ଼ିଗଲା’ ଚଳଚ୍ଚିତ୍ରର ଟାଇଟଲ୍ ଗୀତଟି ସେ ହିଁ ଗାଇଛନ୍ତି।

ବ୍ୟକ୍ତିଗଜ ଜୀବନ ବିଷୟରେ କହିଲେ, ସବ୍ୟଙ୍କ ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏସ୍ ଅଫିସର ଓ ମାଆ ସୁଷମା ମିଶ୍ର ଜଣେ ଲେଖିକା। ସବ୍ୟଙ୍କ ଭାଇ ସୈମ୍ୟକାନ୍ତ ମିଶ୍ର ଜଣେ ଟେଲିକମ୍‌ ଇଞ୍ଜିନିୟର। ସବ୍ୟଙ୍କୁ ସ୍ନେହରେ ଘର ଲୋକ ବୁଟୁଲା ଡାକନ୍ତି।

‘ପାଗଳ ପ୍ରେମୀ’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, , ‘ ତୁ ମୋ ପାଇଁ’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, , ‘ଦୋସ୍ତି’, , ‘ଚାନ୍ଦିନୀ ଆଇ ଲଭ୍‌ ୟୁ’, ଆଦି ଫିଲ୍ମରେ କାମ କରିଛନ୍ତି ସବ୍ୟ। ଫିଲ୍ମ ‘ମୁଁ ଏକା ତୁମର’ ପାଇଁ ଫିଲ୍ମ ଫେୟାର ଆୱାର୍ଡ, ‘ଏମିତି ବି ପ୍ରେମ ହୁଏ’ ପାଇଁ ଓଡ଼ିଶା ଷ୍ଟେଟ୍‌ ଫିଲ୍ମ ଆୱାର୍ଡ ପାଇଛନ୍ତି ସବ୍ୟ।

 

 

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like