ରିଲିଜ ହେଲା ଅପକମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର

ଜବରଦସ୍ତ ଅାକ୍ସନ ସହ ବିଗ୍‌ ବି ଅାମୀରଙ୍କ ଦମଦାର ଡାଏଲଗ୍ସ

ବଲିଉଡର ଅପ୍‌କମିଙ୍ଗ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ଟ୍ରେଲର କରିଛି  ଧମାକା। ରିଲିଜ ହେଉ ହେଉ ଫିଲ୍ମର ଟ୍ରେଲରକୁ ମିଳିଛି ସଫଳତା। ବ୍ରିଟିଶ୍‌ ରାଜ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମଟି । ଟ୍ରେଲରରେ ଦେଖିବାକୁ ମିଳିଛି ଜବରଦସ୍ତ ଅାକ୍ସନ ସିନ୍ ସହ ମିଷ୍ଟର ପରଫେକ୍ସନିଷ୍ଟ ଅାମିର ଖାନ ଓ ବିଗ୍ ବି ଅମିତାଭଙ୍କ ଦମଦାର ଡାଏଲଗ୍ସ ।

୧୭୯୫ର  ହିନ୍ଦୁସ୍ଥାନ। ବ୍ୟବସାୟ କରିବାକୁ ଅାସିଥିଲା ଇଷ୍ଟଇଣ୍ଡିଅା । କଂପାନୀ ହେଲେ ଭାରତରେ ନିଜର ହୁକୁମ ଚଳାଇବା ଅାରମ୍ଭ କରି ଦେଇଥିଲା। କିନ୍ତୁ  କିଛି ଲୋକଙ୍କୁ ବ୍ରିଟିଶଙ୍କ ଗୁଲାମି ମଂଜୁର ନ ଥିଲା। ସାରା ଭାରତରେ ବ୍ରିଟିଶ ରାଜ ଚାଲୁଥିବାବେଳେ ବ୍ରିଟିଶ ମାନଙ୍କର କିନ୍ତୁ  ଭୟ ଥିଲା ଜଳ ଦସ୍ୟୁ ଅାଜାଦକୁ।

ଅାଜାଦକୁ ମାତ୍‌ ଦେବା ପାଇଁ ଅାଉ ଏକ ଅାଜାଦର ସନ୍ଧାନରେ ଥିଲେ ବ୍ରିଟିଶ୍‌ । ଅାଉ ତା ପରେ କଣ ହୁଏ, ଏହି ପୁରା ରୋଚକ ଘଟଣାକୁ ନେଇ ନେଇ ଅାସୁଛି ବଲିଉଡର ଅପ୍‌କମିଙ୍ଗ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ଥାନ।  ଯାହାର ଟ୍ରେଲରର ରିଲିଜ ହୋଇଛି। ଅାଜାଦ ଭୂମିକାରେ ବିଗ୍‌ ବି ଅମିତାଭ ନଜର ଅାସିଥିବାବେଳେ ଏକ ଭିନ୍ନ ଅନ୍ଦାଜରେ ନଜର ଅାସିଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଅାମିର ଖାନ।

ହଲିଉଡ୍ ବ୍ଲକ୍‌ବଷ୍ଟର ପାଇରେଟ୍ସ ଅଫ୍ ଦି କ୍ୟାରିବିଅାନ୍‌ର ଲୋକପ୍ରିୟ ଚରିତ୍ର ଜ୍ୟାକ୍ ସ୍ପାରୋଙ୍କ ଅନ୍ଦାଜ୍‌ର ଝଲକ୍ ରହିଛି ଅାମିରଙ୍କ ଚରିତ୍ରରେ ।

ଦମଦାର ଡାଇଲଗ ସାଙ୍ଗକୁ କମାଲ ପିକରାଇଜେସନ ଦେଖିବାକୁ ମିଳିଛି ଟ୍ରେଲରରେ। ୧୭୯୫ ବ୍ୟାକଡ୍ରପରେ ଭାରତର ଚିତ୍ରକୁ ନିଖୁଣ ଭାବେ ବଖାଣିଛନ୍ତି ଡାଇରେକ୍ଟର ବିଜୟ କ୍ରିଷ୍ଣା ଅାଚାର୍ଯ୍ୟ। ମୁଭିରେ ଅାମିର ଓ ଅମିତାଭଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍ ଓ ଫାତିମା ସନା ସେଖ ମଧ୍ୟ ନଜର ଅାସିଛନ୍ତି।  ୟସ୍ ରାଜ୍ ବ୍ୟାନରେ ନିର୍ମିତ ହୋଇଥିବା ଏହି ଫିଲ୍ମଟି  ନଭେମ୍ବର ୮ରେ ପରଦାକୁ ଅାସିବ।

ଦେଖନ୍ତୁ ଭିଡିଓ –

(ଭିଡିଓ ସୌଜନ୍ୟ -yrf)

You might also like