ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ

ମୁମ୍ବାଇ: ଆଜି ପରଦାକୁ ଆସିଛି ୨ଟି  ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’। 

‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖଙ୍କ ଭିନ୍ନ ଅବତାର। ଏକ ବାମନ ଭୂମିକାରେ ବିଗ୍ ସ୍କ୍ରିନରେ ଓହ୍ଲାଇଛନ୍ତି ବଲିଉଡର  ବାଦ୍‌ଶାହ ଖାନ୍। ଏଥିରେ ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ ଆସିଛନ୍ତି। ତେବେ ଗ୍ଲାମରସ୍ ଅନ୍ଦାଜରେ ଆସିଛନ୍ତି କ୍ୟାଟ୍ରିନା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ। ୨୦୧୨ରେ ୟଶ୍‌ରାଜ୍ ବ୍ୟାନ୍‌ରରେ ରିଲିଜ୍ ହୋଇଥିବା ‘ଜବ୍ ତକ୍ ହେ ଜାନ୍’ ଫିଲ୍ମରେ ଶାହରୁଖ-ଅନୁଷ୍କା-କ୍ୟାଟ୍ରନାଙ୍କ ଯୋଡ଼ି କମାଲ୍‌ ଦେଖାଇଥିଲା। ଏବେ ପୁଣି ଥରେ ସେଇ ମ୍ୟାଜିକ୍ ରିକ୍ରିଏଟ୍‌କୁ ନେଇ ଏହାର ନିର୍ମାତା ଆଶାବାଦୀ ଅଛନ୍ତି।

ଅନ୍ୟପଟେ ‘ଜିରୋ’କୁ କଡ଼ା ଟକ୍କର ଦେଇ ଆଜି ବକ୍ସଅଫିସକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’। ଏହି ଆକ୍ସନ ପିରିୟଡ୍‌ ଡ୍ରାମାରେ ୟଶ୍ ଓ ଶ୍ରୀନିଧି ସେଟ୍ଟୀ ଲିଡ୍ ରୋଲରେ ଆସିଛନ୍ତି। ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରଶାନ୍ତ ନିଲ୍। ‘କେଜିଏଫ୍‌’ରେ ତମନ୍ନା ଭାଟିଆଙ୍କ ସ୍ପେଶାଲ ଆପିଆରାନ୍ସ ରହିଛି। ଏହି କନ୍ନଡ ଫିଲ୍ମ ହିନ୍ଦୀ ସମେତ ତାମିଲ୍,ତେଲୁଗୁ,ମାଲାୟାଲମ ଭାଷାରେ ମଧ୍ୟ ରିଲିଜ୍ ହେଇଛି। ‘କେଜିଏଫ୍‌’ ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଫିଲ୍ମକୁ ନେଇ ନାହିଁନଥିବା କ୍ରେଜ୍ ରହିଛି। ଏହା ‘କେଜିଏଫ୍‌’ର ପ୍ରଥମ ସଂସ୍କରଣ ହୋଇଥିବା ବେଳେ ଆଗକୁ ଏହାର ସିକୁଏଲ ମଧ୍ୟ ରିଲିଜ୍ ହେବ।

 

You might also like