ଅଭିନୟ ପାଇଁ ମା’ କରୁଥିଲେ ବିରୋଧ, କଟପ୍ପା ଚରିତ୍ର ପାଇଁ ନଥିଲେ ପ୍ରଥମ ପସନ୍ଦ, ଏମିତି ରହିଛି ସଥ୍ୟରାଜଙ୍କ ଫିଲ୍ମ ଯାତ୍ରା

ମୁମ୍ବାଇ: ଫିଲ୍ମ ଜଗତରେ କାମ କରୁଥିବା ସମସ୍ତ କଳାକାରଙ୍କୁ ସମାନ ଲୋକପ୍ରିୟତା ମିଳେନି।  କିଛି କଳାକାର ଦର୍ଶକଙ୍କୁ ଛୁଇଁବା ପରି ଏକ ଚରିତ୍ରରେ ଅଭିନୟ କରିବାକୁ ଦୀର୍ଘ ସମୟ ଲଗାଇଦେଉଥିବା ବେଳେ କିଛି କଳାକାର ଅଭିନୟ ଯାତ୍ରା ଆରମ୍ଭରୁ ସେ ସୁଯୋଗ ହାତେଇନିଅନ୍ତି। ଏମିତି ଏକ କଳାକାର ହେଉଛନ୍ତି ବାହୁବଲୀ ଫିଲ୍ମରେ କଟ୍ଟପା ଚରିତ୍ରରେ କାମ କରିଥିବା ସଥ୍ୟରାଜ। ଏହି ଫିଲ୍ମରେ ତାଙ୍କ ଦମ୍‌ଦାର୍‌ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। କିନ୍ତୁ ଏହି ଚରିତ୍ର ପାଇଁ ତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଅଭିନୟର ଯାତ୍ରା ମଧ୍ୟ ଥିଲା ବେଶ୍‌ ସଂଘର୍ଷମୟ।

ସଥ୍ୟରାଜଙ୍କ ଜନ୍ମ ୧୯୫୪ମସିହା ଅକ୍ଟୋବର ୩ରେ ହୋଇଥିଲା। ପିଲାଦିନୁ ସଥ୍ୟରାଜଙ୍କୁ ଅଭିନୟ ପ୍ରତି ଦୁର୍ବଳତା ଥିଲା। ଏମ୍‌ ଜି ରାମଚନ୍ଦ୍ରନ୍‌ ଏବଂ ରାଜେସ୍‌ ଖନ୍ନାଙ୍କର ସେ ବହୁତ ବଡ ପ୍ରଶଂସକ ଥିଲେ। ଘରେ ଯେତେବେଳେ ସଥ୍ୟରାଜ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ ତାଙ୍କ ମାଆ ଏଥିରେ ରାଜି ହୋଇନଥିଲେ। ଅଭିନୟ ପାଇଁ ପରିବାର ଲୋକେ ତାଙ୍କୁ ପୁରା ବିରୋଧ କରିଥିଲେ। ଯେଉଁଥିପାଇଁ ସେ ଘର ଛାଡି ଚେନ୍ନାଇ ଚାଲିଯାଇଥିଲେ। ସେଠାକୁ ଯିବା ପରେ ଫିଲ୍ମ ଜଗତର କିଛି ଜଣାଶୁଣା କଳାକାର ସେ କେବେ ଅଭିନେତା ହୋଇପାରିବେନି ବୋଲି କହିଥିଲେ। ଏବଂ ଘରକୁ ଫେରିଯିବାକୁ କହିଥିଲେ। କିନ୍ତୁ ସଥ୍ୟରାଜ ସେଇଠି ହିଁ ରହି ଅଭିନୟ କରିବାର ନିଷ୍ପତ୍ତି ନେଇଥିଲେ।

୭୦ ଏବଂ ୮୦ ଦଶକରେ ଯେତେବେଳେ ସାଉଥ୍‌ ଫିଲ୍ମ ଜଗତରେ ଶିବାଜୀ ଗଣେଶନ୍‌, ରଜନିକାନ୍ତ ଏବଂ କମଲ୍‌ ହାସନ୍‌ ପରି କଳାକାର ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଥିଲେ ସେସମୟରେ ସଥ୍ୟରାଜଙ୍କୁ ଛୋଟ ରୋଲ୍‌ ମିଳୁଥିଲା। ଧୀରେ ଧୀରେ ଅଭିନୟ ଦକ୍ଷତା ଦେଖିବା ପରେ ତାଙ୍କୁ ଭଲ ଚରିତ୍ର ମଧ୍ୟ ଅଫର କରାଗଲା।

କଟପ୍ପା ପାଇଁ ପ୍ରଥମ ପସନ୍ଦ ନଥିଲେ ସଥ୍ୟରାଜ

ବାହୁବଲୀ ଫିଲ୍ମରେ କଟପ୍ପା ଚରିତ୍ରରେ ଅଭିନୟ କରି ସଥ୍ୟରାଜ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ। କିନ୍ତୁ ଏହି ଫିଲ୍ମ ପାଇଁ ସେ ପ୍ରଥମ ପସନ୍ଦ ନଥିଲେ। ସାଉଥ୍‌ ସୁପରଷ୍ଟାର୍‌ ମୋହନଲାଲଙ୍କୁ ପ୍ରଥମେ ଏହି ଚରିତ୍ର ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ତାଙ୍କ କାର୍ଯ୍ୟ ବ୍ୟସ୍ତତା ପାଇଁ ଏହି ଫିଲ୍ମରେ ଟାଇମ୍‌ ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାପେର ଏହି ରୋଲ୍‌ ପାଇଁ ସଥ୍ୟରାଜଙ୍କୁ ବଛାଗଲା।  ସତ୍ୟରାଜ ଏହି ଫିଲ୍ମରେ କାମ କରି ଲୋକପ୍ରିୟତା ସହ ବେଶ୍‌ କିଛି ଆୱାର୍ଡ ମଧ୍ୟ ପାଇଥିଲେ।

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like