‘ଖତରୋଁ କେ ଖିଲାଡୀ-୯’ର ଟ୍ରଫି ହାତେଇଲେ କୋରିଓଗ୍ରାଫର ପୁନୀତ୍
ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ‘ଖତରୋଁ କେ ଖିଲାଡୀ ସିଜନ୍-୯’ ସରିଯାଇଛି। ଚଳିତ ସିଜନ୍ରେ ପୁନୀତ ପାଠକ ବିଜେତା ହୋଇଛନ୍ତି। ପୁନୀତ୍ଙ୍କୁ ୨୦ଲକ୍ଷ ଟଙ୍କା ସହ ମାରୁତି କାର ପୁରସ୍କାର ରାଶି ଭାବେ ମିଳିଛି।
ଷ୍ଟଣ୍ଟ୍ ଉପରେ ଆଧାରିତ ଏହି ଶୋରେ ଟପ୍-୩ରେ ପୁନୀତ୍ , ଆଦିତ୍ୟଙ୍କ ସହ ଟେଲି ଅଭିନେତ୍ରୀ ରିଧିମାଙ୍କୁ ଦେଖିବାକୁ ମିଳିଥିଲା। ଫାଇନାଲ୍ରେ ପୁନୀତ୍ଙ୍କୁ ଆଦିତ୍ୟ ନାରାୟଣ କଡ଼ା ଟକ୍କର ଦେଇଥିଲେ। ଶେଷରେ ପୁନୀତ୍ ବାଜି ମାରି ନେଇଥିଲେ।
ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିବାବେଳେ ଗ୍ରାଣ୍ଡ୍ ଫିନାଲେରେ ଅକ୍ଷର କୁମାରଙ୍କ ଏଣ୍ଟ୍ରି ହୋଇଥିଲା। ଅକ୍ଷୟ ଫିନାଲେରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନା ଅନୁଯାୟୀ, ଖତରୋଁ କି ଖିଲାଡୀ ସିଜନ୍-୯ ଜାନୁଆରୀ ୫ରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ଏହି ଶୋ ସବୁଠୁ ଅଧିକ ଟିଆର୍ପି ହାତେଇଛି। ଶୋ’ର ପ୍ରତି ଏପିସୋଡ୍ରେ ଜବରଦସ୍ତ ଷ୍ଟଣ୍ଟ୍ ଦେଖିବାକୁ ମିଳିଥିଲା।