ରାସ୍ତା କଡରେ ଜୁସ୍‌ ବିକିଲେ କମେଡିଆନ ସୁନୀଲ ଗ୍ରୋଭର

ମୁମ୍ବାଇ: କପିଲ ଶର୍ମା ଶୋ’ ଫେମ୍‌ ସୁନୀଲ ଗ୍ରୋଭର ନିଜର ଚମତ୍କାର କମେଡି  ଏବଂ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଗୁଟି ନାଁରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସୁନୀଲଙ୍କୁ ଏବେ  ଷ୍ଟ୍ରିଟ୍ ଭେଣ୍ଡର ଭାବେ ଦେଖିବାକୁ ମିଳିଛି। ସେ ରାସ୍ତା କଡରେ  କମଳା ରସ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଭାଇରାଲ ହୋଇଛି।

ସୋଶିଆଲ ମିଡିଆରେ ସୁନୀଲ ବେଶ ଆକ୍ଟିଭ । ଅନେକ ସମୟରେ ତାଙ୍କର ଭିଡିଓ ଏବଂ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ରାସ୍ତା କଡରେ ଏକ ଗାଡ଼ିରେ କମଳା ଜୁସ୍‌ ବିକୁଥିବା ଦେଖିବାକୁ ମିଳି। ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି।

ଭିଡିଓରେ ସୁନୀଲଙ୍କ ଜୁସ୍‌ ତିଆରି ଶୈଳୀ ମଧ୍ୟ ବେଶ ଚମତ୍କାର ଥିଲା । ତାଙ୍କର ଜୁସ୍‌ ତିଆରି କରିବା ଶୈଳୀ, ଟ୍ରେରୁ କମଳା କାଢି ମେସିନରେ ପକାଇବାର ମଜାଦାର ଟ୍ରିକ୍‌କୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି। ଏପରିକି କମଳାର ଚୋପା କେମିତି ଛଡ଼ାଇବା ତାହାର କୌଶଳ ମଧ୍ୟ ସେ ଗାଡ଼ି ମାଲିକଙ୍କୁ ବୁଝାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୁନୀଲ ଗ୍ରୋଭର ଏହି ଭିଡିଓକୁ ତାଙ୍କର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ସେ ଏକ ସୁନ୍ଦର କ୍ୟାପ୍ସନ ଲେଖିଛନ୍ତି ‘ନିଜ ଡାର୍ଲିଂକୁ ଏହି ଜୁସ୍‌ ପିଆନ୍ତୁ’।

 

ଭିଡିଓରେ ସୁନୀଲ ପୁରା ଜଣେ ଷ୍ଟ୍ରିଟ ଭେଣ୍ଡରର ଲୁକ୍‌ରେ ଆସିଥିଲେ। ଏହି ଲୁକ୍ ତାଙ୍କୁ ବେଶ ଭଲ ମାନୁଥିଲା। ଜୁସ୍‌ ଦେବାର ଶୈଳୀ ବି  ପ୍ରଫେସନାଲ ଥିଲା। ସୁନୀଲଙ୍କର ଏହି ଭିଡିଓକୁ  ପ୍ରାୟ ୧,୯୪୮,୨୨୨ ଜଣ ଦେଖି ସାରିଲେଣି। ୩.୯୫ ଲକ୍ଷ ଲାଇକ୍‌ ମିଳିଥିବାବେଳେ ଆଜି ବି ଏହାକୁ ଇନ୍‌ଷ୍ଟା ୟୁଜର୍ସ ଦେଖୁଛନ୍ତି।

ବିଶେଷ କରି ଓଭର ସାଇଜ୍‌  ଡେନିମ୍ ଜ୍ୟାକେଟ, ଟି-ସର୍ଟ, ବ୍ଲାକ୍‌ ପ୍ୟାଣ୍ଟରେ ଖୁବ୍‌ ସ୍କାର୍ଟ ଲାଗୁଛନ୍ତି ସୁନୀଲ।

ଏହା ପୂର୍ବରୁ ସୁନୀଲ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ରାସ୍ତା କଡରେ ଛୋଲେ-କୁଲ୍‌ଚେ ବିକୁଥିବା ଦେଖିବାକୁ ମିଳିଥିଲା। ଏଥିରେ କ୍ୟାପ୍‌ସନ ଲେଖିଥିଲେ-‘ଭାଲେଣ୍ଟାଇନ୍ ଡେରେ ଆପଣ ପ୍ରମିକ/ପ୍ରେମିକାକୁ ଛୋଲେ କୁଲ୍‌ଚେ ନିଶ୍ଚୟ ଖୁଆଅ’। ଏଥିରେ ସେ ହାର୍ଟ ଇମୋଜି ଦେଇଥିଲେ।

 

You might also like