ଆସିଲା ସୁଶାନ୍ତଙ୍କ ମୃତ୍ୟୁର ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପୋଲିସ୍ ତା’ର ତଦନ୍ତରେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ଦର୍ଶାଇଥିଲା। ଏହା ପରେ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଗଲା। ଏବେ ପୁଲିସ୍ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଫାଇନାଲ୍‌ ପୋଷ୍ଟମର୍ଟମ ରିପୋର୍ଟର ଖୁଲାସା କରିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ, ଯେହେତୁ ସୁଶାନ୍ତ ରଶି ଲଗାଇ ଆତ୍ମହତ୍ୟା କରିଥିଲେ, ଏଥିପାଇଁ ତାଙ୍କ ମୃତ୍ୟୁ ଶ୍ୱାସରୋଧ ଯୋଗୁ ହୋଇଛି। ଏହି ଅଭିନେତାଙ୍କର ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ କେମିକାଲ୍ ଯାଞ୍ଚ ପାଇଁ ରଖାଯାଇଛି। କୁହାଯାଉଛି ଯେ, ଏହା ପୂର୍ବରୁ ଯେଉଁ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଥିଲା, ତାକୁ ତିନିଜଣ ଡାକ୍ତର ହସ୍ତାକ୍ଷର କରିଥିଲେ। କିନ୍ତୁ ଏବେ ଫାଇନାଲ୍ ରିପୋର୍ଟକୁ ୫ଜଣ ଡାକ୍ତର ହସ୍ତାକ୍ଷର କରିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଅନେକ ଯାଞ୍ଚ କରାଯାଇଥିଲା।

ଫାଇନାଲ୍ ରିପୋର୍ଟରେ ବାହାରିଛି ଯେ ସୁଶାନ୍ତଙ୍କ ଶରୀରରେ କୌଣସି ବାହ୍ୟ କ୍ଷତ ନଥିଲା। ତାଙ୍କ ନଖ ମଧ୍ୟ ସମ୍ପୂର୍ଣ୍ଣ ସଫା ଥିଲା। ତେଣୁ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଛି। ତେଣୁ ଏହି ଅଭିନେତାଙ୍କର ମୃତ୍ୟୁର କାରଣକୁ ନେଇ ଏବେ କୌଣସି ପ୍ରକାରର ପ୍ରଶ୍ନ ଉଠୁନାହିଁ।

ଅନ୍ୟପକ୍ଷରେ ମୁମ୍ବାଇ ପୋଲିସ୍ ତା’ର ତଦନ୍ତରେ କିଛି ଖୁଲାସା କରିଛି। ପୂର୍ବରୁ ସୁଶାନ୍ତଙ୍କର ମୃତ୍ୟୁକୁ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ଦେହାନ୍ତ ସହ ଯୋଡ଼ା ଯାଉଥିଲା। କିନ୍ତୁ ପୋଲିସ୍ ଏବେ ସ୍ପଷ୍ଟ କରିଛି ଯେ, ତାଙ୍କ ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କୌଣସି କନେକ୍ସନ୍ ନାହିଁ। ପୋଲିସ୍ ଅନୁଯାୟୀ, ଦିଶା ଓ ସୁଶାନ୍ତ ମାତ୍ର ଥରେ ସାକ୍ଷାତ କରିଥିଲେ, ଏଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କର କୌଣସି ସମ୍ପର୍କ ନାହିଁ। ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କିଛି ୱେବସାଇଟରେ ଆସୁଥିବା ଭୁଲ୍ ଖବର ଉପରେ ପୋଲିସ୍ ଅସନ୍ତୋଷ ପ୍ରକାଶ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେସବୁ ୱେବସାଇଟ ସହ ପଚରାଉଚୁରା କରାଯାଇପାରେ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଏପର୍ଯ୍ୟନ୍ତ ୨୩ଜଣ ଲୋକଙ୍କୁ ପଚରାଉଚୁରା କରିସାରିଛି। ଏହି ଅଭିନେତାଙ୍କର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କର ବୟାନ୍ ମଧ୍ୟ ରେକର୍ଡ କରାଯାଇଛି। ତା’ଛଡ଼ା ପୋଲିସ୍ ସୁଶାନ୍ତଙ୍କ ନିକଟତର ଥିବା ବାନ୍ଧବୀ ରିଆ ଚକ୍ରବର୍ତ୍ତୀ, ବିଜନେସ୍ ମ୍ୟାନେଜର୍, ପିଆର୍ ମ୍ୟାନେଜର, କୁଶାଲ୍ ଜାଭେରୀଙ୍କ ଭଳି ବ୍ୟକ୍ତିଙ୍କର ବୟାନ ରେକର୍ଡ କରିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ !

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ…

ଯେତେବେଳେ ନିଜକୁ ଧୋନିଙ୍କ ରୂପରେ ଦେଖିଥିଲେ ସୁଶାନ୍ତ, ଏମିତି ଥିଲା ରିଆକ୍ସନ…

ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ସୁଶାନ୍ତ

ସଲମାନ୍ ଖାନଙ୍କୁ ‘ପୋଷ୍ଟର୍ ବୟ’ କହି ବର୍ଷିଲେ ସୋନା ମହାପାତ୍ର

ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କ ପାଇଁ ବଢ଼ିଲା ଅଡ଼ୁଆ

ସୁଶାନ୍ତଙ୍କ ଆତ୍ମହତ୍ୟାର ସପ୍ତାହକ ପରେ ନୀରବତା ଭାଙ୍ଗିଲେ ସଲମାନ୍‌, ଫ୍ୟାନ୍ସଙ୍କୁ କଲେ ଏମିତି ନିବେଦନ

ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !