ଘର ପୋଛୁଛନ୍ତି ବଲିଉଡର କମେଡ଼ି ରାଣୀ

ଭୁବନେଶ୍ୱର: କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌କୁ ମାନି ସମସ୍ତେ ନିଜର ଘରେ ରହୁଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବଲିଉଡ ଏବଂ ଟିଭି କଳାକାରମାନେ ଘରେ ରହି ସୋସିଆଲ ମିଡିଆରେ ନିଜର କିଛି ନଟଖଟ ଭିଡ଼ିଓକୁ ସେୟାର କରୁଛନ୍ତି ଏବଂ ଚର୍ଚ୍ଚାରେ ରହୁଛନ୍ତି। କମେଡ଼ି ରାଣୀ ଭାରତୀ ସିଂଙ୍କ ମଧ୍ୟ ନିଜର ଫ୍ୟାନ୍‌ମାନଙ୍କ ଫାଇଁ ଏକ ମଜାଦାର ଭିଡ଼ିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡ଼ିଓରେ ଭାରତୀ ଘର ପୋଛା ମାରୁଛନ୍ତି ଓ ମନଦୁଃଖ କରି କାନ୍ଦୁଥିବାର ଦେଖିବାକୁ ମିଳିଛି।

 


ଭାରତୀ ଭିଡ଼ିଓରେ କହିଛନ୍ତି, ଯଦି ଆପଣଙ୍କୁ ଆପଣଙ୍କ ଘର ଛୋଟ ଲାଗୁଛି ତେବେ ଥରେ ଆପଣ ନିଜ ଘରକୁ ପୋଛି ଦେଖନ୍ତୁ। ଆପଣଙ୍କୁ ଆପଣଙ୍କ ଘର ବହୁତ ବଡ଼ ଲାଗିବ। ଭାରତୀ ନିଜ ଇନ୍‌ଷ୍ଟ୍ରାରେ ଲେଖିଛନ୍ତି, ‘କିଛି ଦିନ ହେଲା ସ୍ୱାମୀ ହର୍ଷଙ୍କୁ କହୁଥିଲି ଗୋଟେ ବଡ଼ ଘର ନେବା ପାଇଁ । ହେଲେ ଆଉ କହିବିନି, ବଡ଼ ଘର ପାଇଁ । ସତ କହୁଚି। ଯେତେବେଳେ କାମ କରିବ ସେତେବେଳେ ଜଣା ପଡ଼ିବ।’

You might also like