ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍‌ ଜାହାନ୍‌

ମୁମ୍ୱାଇ: ସୋସିଆଲ୍ ମିଡିଆରେ କରୋନା ଭାଇରସ୍‌ ସମ୍ପର୍କିତ ସଚେତନତା ବାର୍ତ୍ତା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ସେଫ୍‌ ହ୍ୟାଣ୍ଡସ୍‌’ର ଚ୍ୟାଲେଞ୍ଜ ରଖାଯାଇଛି। ଏଥିପାଇଁ ଦୀପିକା ପାଦୁକୋନ୍‌, ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ଅନେକ ଭାରତୀୟ ଅଭିନେତ୍ରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ହାତ ମିଳାଇ ଲଗାତାର ଭାବରେ ଫ୍ୟାନ୍ସଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ଏହି ଅଭିଯାନରେ ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ନୁସରତ୍‌ ଜାହାନ୍‌ ମଧ୍ୟ ସାମିଲ ହୋଇଛନ୍ତି।

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ନୁସରତ୍‌ ସୋଶାଲ୍ ମିଡିଆରେ ହାତ ଧୋଇବାର ଏକ ଭିଡିଓ ଶେୟାର୍‌ କରିଛନ୍ତି। ଏହି ଭିଡିଓଟିକୁ ନେଇ ସେ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି।

ଇନଷ୍ଟାଗ୍ରାମ୍‌ରେ ଶେୟାର୍‌ କରିଥିବା ଭିଡିଓରେ ନୁସରତ ହ୍ୟାଣ୍ଡ୍‌ ୱାଶ୍‌ରେ ହାତ ଧୋଉଥିବା ଦେଖିବାକୁ ମିଳିଛି। କିନ୍ତୁ ଭିଡିଓଟି ଶୁଟ୍‌ କରିବା ସମୟରେ ସେ ଏକ ଭୁଲ୍ କରିଛନ୍ତି। ହାତ ଧୋଇବା ସମୟରେ ନୁସରତ ଟ୍ୟାପ୍‌ କୁ ଖୋଲା ଛାଡ଼ି ଦେଇଥିଲେ। ଯାହାକୁ ଦେଖିବା ପରେ ୟୁଜର୍ସ ସୋସିଆଲ୍‌ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।Image result for nusrat jahan

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ସେଫ୍‌ ହ୍ୟାଣ୍ଡସ୍‌’ ଚ୍ୟାଲେଞ୍ଜରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନ୍‌ ସୋଶାଲ ମିଡିଆରେ ଲୋକଙ୍କୁ ପାଣି ବଞ୍ଚାଇବା ପାଇଁ ପରାମର୍ଶ ଦେଉଥିବା ବେଳେ ନୁସରତଙ୍କର ପାଣି ନଷ୍ଟ କରିବା ଭିଡିଓ ଦେଖି ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହେବା ପରେ ନୁସରତ ଫ୍ୟାନ୍ସଙ୍କୁ ପାଣି ବଞ୍ଚାଇବାର ପରାମର୍ଶ ଦେବା ସହ ପାଣି ନଷ୍ଟ କରିଥିବାରୁ କ୍ଷମା ମାଗିଛନ୍ତି।

 

You might also like