‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢୁଛି ବିବାଦ

ମୁମ୍ବାଇ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ରିଲିଜ ଡେଟ୍ ଯେତିକି ପାଖଉଛି, ବିବାଦ ସେତିକି ତୀବ୍ର ହେଉଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିବା ପୂଜା ମହାଜନ କହିଛନ୍ତି, ଲୋକଙ୍କ ବ୍ରେନ୍ ୱାସ୍ କରିବା ଏବଂ ଲୋକଙ୍କ ମଧ୍ୟରେ ଭିନ୍ନ ଏକ ଭାବନା ସୃଷ୍ଟି କରିବା ପାଇଁ ଫିଲ୍ମଟି କରାଯାଇଛି। ଏହା ଉପରେ ରହିତାଦେଶ ଲଗାଇବାକୁ ସେ ଦାବି କରିଛନ୍ତି।

ମୁଭିର ଟ୍ରେଲରକୁ ଦେଖିଲେ, ଏହା କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଥିବା ପୂଜା କହିଛନ୍ତି। ଅନ୍ୟପଟେ ଅନୁପମ ଖେର ଅଭିନୀତ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ମତ ରଖିଛି ଶିବସେନା।

ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ମନମୋହନ ସିଂହ ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ନଥିଲେ ବରଂ ସେ ଥିଲେ ଜଣେ ସଫଳ ପ୍ରଧାନମନ୍ତ୍ରୀ। ନରସିଂହ ରାଓଙ୍କ ପରେ ଯଦି କେହି ସଫଳ ପ୍ରଧାନମନ୍ତ୍ରୀ ଥାଆନ୍ତି, ତାହେଲେ ସେ କେବଳ ମନମୋହନ ସିଂହ ବୋଲି ରାଉତ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’। ଯେଉଁଥିରେ ଲିଡ୍ ରୋଲରେ ନଜର ଆସିବେ ବଲିଉଡର ଭର୍ସାଟାଇଲ ଆକ୍ଟର ଅନୁପମ ଖେର୍, ସୋନିଆ ଗାନ୍ଧିଙ୍କ ଭୂମିକାରେ ସୁଜୈନ ବର୍ନଟ, ରାହୁଲ ଗାନ୍ଧିଙ୍କ ଭୂମିକାରେ ଅର୍ଜୁନ ମାଥୁର ଓ ପ୍ରିୟଙ୍କା ଗାନ୍ଧି ଭୂମିକାରେ ଆହନା କୁମରା।

୨୦୦୪ରୁ ୨୦୧୪ ମଧ୍ୟରେ ଭାରତର ରାଜନୈତିକ ଘଟଣାବଳୀକୁ ଏଥିରେ ଦର୍ଶାଯାଇଛି। ଆସନ୍ତା ୧୧ ତାରିଖରେ ବଡ଼ ପରଦାକୁ ଆସିବ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’।

ଆହୁରି ପଢ଼ନ୍ତୁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

You might also like