ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ !

ହାଇଦ୍ରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଅଛନ୍ତି।

ଅନ୍ୟପକ୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ହୋଇଛି। ପ୍ରକୃତରେ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥିଲା। ଯାହାକୁ ସେ ଗଣମାଧ୍ୟମ ସମ୍ମୁଖରେ ଖଣ୍ଡନ କରିଥିଲେ।

ତେଲେଙ୍ଗାନାର କୋଡାଡ୍‌ ସହରରେ ଜନ୍ମଗ୍ରହଣ କରିଥିବା ଭେନୁ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜଣେ ପ୍ରଖ୍ୟାତ ମିମିକ୍ରି ଆର୍ଟିଷ୍ଟ ଥିଲେ। ‘ସମ୍ପ୍ରଦାୟମ୍‌’ ଫିଲ୍ମ  ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।  ସେ ଅନେକ ସୁପରହିଟ୍‌ ଫିଲ୍ମରେ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲ କରିଛନ୍ତି। ‘ସୁସ୍ୱାଗଥମ୍‌’ ‘ଥୋଲି ପ୍ରେମା’ ଓ ‘ଥାମ୍ମୁଡୁ’ ଭଳି ସୁପରହିଟ୍‌ ଫିଲ୍କରେ ଅଭିନୟ କରି ସେ ବହୁତ କମ୍‌ ଦିନରେ ଲୋକଙ୍କ ପ୍ରିୟ ଅଭିନେତା ହୋଇପାରିଥିଲେ।

ସୂଚନାଥାଉ କି, ଗତ କିଛି ବର୍ଷ ହେବ କୌଣସି ତେଲୁଗୁ ଫିଲ୍ମରେ ସେ ଅଭିନୟ କରି ଥିବା ଦେଖିବାକୁ ମିଳି ନ ଥିଲା।

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like