ସରିଲା ଏନ୍‌ଗେଜ୍‌ମେଣ୍ଟ୍, ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ତେଲୁଗୁ ଅଭିନେତା ନୀତିନ୍‌

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଷ୍ଟାଇଲିଶ୍‌ ହିରୋ ନୀତିନ୍‌ଙ୍କ ଏନ୍‌ଗେଜ୍‌ମେଣ୍ଟ୍‌‌ ସରିଛି। ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଏନ୍‌ଗେଜ୍‌ମେଣ୍ଟ୍ ହୋଇଥିଲା। ଏନ୍‌ଗେଜ୍‌ମେଣ୍ଟ୍‌ର ଫଟୋ ନୀତିନ୍‌ ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଏହି ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି।

ନୀତିନ୍‌ ଟ୍ରାଡିସ୍‌ନାଲ୍‌ ଅଫ୍‌ ହ୍ୱାଇଟ୍‌ କୁର୍ତ୍ତା ପିନ୍ଧି ଥିବାବେଳେ ଶାଲିନୀ ଅରେଞ୍ଜ ଓ ରେଡ୍‌ ରଙ୍ଗର ଶାଢ଼ୀରେ ବେଶ୍‌ ସୁନ୍ଦର ଦିଶୁଥିଲେ। ଏହାସହ ଶାଲିନୀ ଟ୍ରାଡିସନାଲ୍‌ ସାଉଥ୍‌ ଇଣ୍ଡିଆନ୍‌ ଜୁଏଲାରୀ ମଧ୍ୟ ପିନ୍ଧିଥିଲେ।

ଏନ୍‌ଗେଜ୍‌ମେଣ୍ଟ୍‌ ପରେ ଉଭୟଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ। ଚଳିତ ବର୍ଷ ଫେବୃଆରୀରେ ବିବାହକୁ ନେଇ ଉଭୟ ପରିବାର(ନୀତିନ୍‌ ଓ ଶାଲିନୀ) ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ନାଁ ‘pasupu ’ ରଖାଯାଇଥିଲା। ସେହି ସମୟରେ ଏହି କାର୍ଯ୍ୟକ୍ରମର କିଛି ଫଟୋ ନୀତିନ୍‌ ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ।

ଏପ୍ରିଲ୍ ୧୬ରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା। ହେଲେ ଲକ୍‌ଡାଉନ୍ ଓ ସେହି ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି‌ ନୀତିନ୍‌ ବିବାହକୁ ସ୍ଥଗିତ ରଖିଥିଲେ। ଜୁଲାଇ ୨୬ରେ ଉଭୟ ବିବାହ କରିବେ ବୋଲି ଜଣାପଡ଼ିଛି। ବିବାହ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥି ଯଥା ପୱନ୍‌ କଲ୍ୟାଣ୍‌, ବରୁଣ୍‌ ତେଜ୍‌, ତ୍ରିବ୍ରିକମ୍‌ଙ୍କ ସମେତ ଆଉ କିଛି ଅଭିନେତା,ଅଭିନେତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ନୀତିନ୍ ଫିଲ୍ମ‌ ‘Chal Mohan Ranga’, ‘A Aa’, ‘Heart Attack’, ‘Ishq’, ‘Hero’, ‘Dil’, ‘Drona’, ‘Agyaat and Victory  ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି।

୨୦୧୮ରେ ରିଲିଜ୍ ହୋଇଥିବା ‘Srinivasa Kalyanam’ ଓ “Bheeshm“  ଫିଲ୍ମରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହାପରଠୁ ତାଙ୍କୁ ଆଉ କୌଣସି ଫିଲ୍ମରେ ଅଭିନୟ କରିଥିବା ନଜର ଆସି ନାହାନ୍ତି।

ଆହୁରି ପଢ଼ନ୍ତୁ

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

You might also like