ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ଭୁବନେଶ୍ୱର: ଓଡ଼ିଶା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର। ଦୀର୍ଘ ୨ ମାସର ଅନ୍ତରାଳ ପରେ ପୁଣି ତାଜା ଏପିସୋଡ୍ ଦେଖିବାକୁ ପାଇବେ ରାଜ୍ୟର ସିରିଏଲ ପ୍ରେମୀ। କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ ପାଇଁ ସିରିଏଲ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର କୋମାକୁ ଚାଲିଯାଇଥିବା ବେଳେ ଏଥିରେ ସଂଜୀବନି ଭରିବାକୁ ଉଦ୍ୟମ ଆରମ୍ଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍। ସଂସ୍ଥା ବେଶ୍ କିଛି ଦିନର ନୀରବତା ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି।

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ତାରାତାରିଣୀର ଶୁଟିଂ କଟକ ସିଡିଏ ଅଞ୍ଚଳରେ ପୁଣିଥରେ ଆରମ୍ଭ ହୋଇଯାଇଛି। ଆଜିଠୁ ଏହି ସିରିଏଲର ଶୁଟିଂ ଆରମ୍ଭ ହୋଇଛି। ଲକଡାଉନ୍ କଟକଣା ବଳବତ୍ତର ଥିବା ଏବଂ ସୁଟିଂ ସେଟ୍‌ରେ ପୂରା ଟିମ୍ କାମ କରୁଥିବାରୁ ସମସ୍ତେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖିବେ, ମାସ୍କ ଓ ସାନିଟାଇଜ୍ ବ୍ୟବହାର କରିବା ସହ ଅନ୍ୟ ନିୟମ ମାନିବେ, ସେ ନେଇ ପଦକ୍ଷେପ ଗ୍ରହଣ କରିଛି ପ୍ରଯୋଜକ ସଂସ୍ଥା।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନିୟମ କୋହଳ ହୋଇଥିଲେ ବି କରୋନା ସଂକ୍ରମଣର ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନି। ଏପରି ସ୍ଥିତିରେ ସୁଟିଂ ସେଟ୍‌ରେ କଳାକାର, ଟେକନିସିଆନ୍ ଏବଂ ଅନ୍ୟ କ୍ରୁ ମେମ୍ବର ଏକାଠି  କାମ କରିବା କଠିନ ବ୍ୟାପାର। ଏହା ସତ୍ତ୍ୱେ ବ୍ୟକ୍ତିଗତ ସ୍ତରରେ ସବୁ ପ୍ରକାର ସତର୍କତା ଗ୍ରହଣ କରି କାମ କରିବାକୁ ମନସ୍ଥ କରିଛନ୍ତି ସିରିଏଲର କଳାକାର।

ସେପଟେ ଫିଲ୍ମ ସୁଟିଂ ଓ ପୋଷ୍ଟ ପ୍ରଡକସନ କାମ ଲାଗି ବିସ୍ତୃତ ଗାଇଡ୍ ଲାଇନ୍ ଜାରି କରିଛି ପ୍ରଡ୍ୟୁସର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ। ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ସୁଟିଂକୁ ବାରଣ କରାଯାଇଛି। ସେହିପରି ସୁଟିଂ କ୍ରୁର ଯାତାୟତଠୁ ଆରମ୍ଭ କରି କଳାକାରଙ୍କ ମେକ ଅପ୍ ପର୍ଯ୍ୟନ୍ତ, ପ୍ରତି କ୍ଷେତ୍ରରେ ସାମାଜିକ ଦୂରତ୍ୱ ନିୟମ ଅନୁପାଳନ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ଗିଲ୍‌ଡ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like