‘ଖୁସୀ’ କହିବ ବାସ୍ତବ କଥା

ଅାସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ଖୁସୀ’

ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍‌ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି  ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ ଦୋହଲାଇ ଦେଇଥିବା ବେଳେ ତେଜିବାକୁ ଅାରମ୍ଭ କରିଛି ପ୍ରତିବାଦର ସ୍ୱର ।

ଅାଉ ଏହି ଅଭିଯାନରେ ନିଜକୁ ସାମିଲ କରିଛି ତରଙ୍ଗ ସିନେ ପ୍ରଡକସନ୍ସ୍। କୋମଳମତି ଝିଅଟିର ମନର ବ୍ୟଥା, ବେଦନା ଓ ଅକୁହା କଥାକୁ ସମାଜର ଦୃଷ୍ଟିକୁ ଅାଣିବା ଲାଗି ନିର୍ମାଣ ଚାଲିଛି ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ଖୁସୀ’ । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଅତି ମାର୍ମିକ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଯୋଜନା ସଂସ୍ଥା ପ୍ରୟାସ କରିଛି।

ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସୀ । ହେଲେ ଦ୍ୱିପହର ବେଳକୁ ତା ବାପାଙ୍କୁ ପୁଲିସ୍ ତରଫରୁ ଅାସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍ । ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସପିଟାଲ ବେଡ୍‌ରେ ପଡିଛି ଖୁସୀ । ଏଭଳି ମୂହୁର୍ତ୍ତରେ କଣ ହେଉଛି ପରିବାରର ଅବସ୍ଥା, କଣ ରହିଛି ଜଣେ ବାପା ଓ ଜଣେ ମାଅାର ମନସ୍ତତ୍ତ୍ୱ? ଅସୁମାରୀ ଭାବାବେଗକୁ ନିଖୁଣ ଭାବେ ପ୍ରଷ୍ଫୁଟିତ କରିବାକୁ ଉଦ୍ୟମ କରିଛନ୍ତି ଖୁସିର କଳାକାରମାନେ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଷ୍ଟୋରୀ, ସ୍କ୍ରିନ୍ ପ୍ଲେ, ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାପସ ସରଘରିଅା । ମିହିର ଦାସ୍, ସରୋଜ ପରିଡ଼ା, କାବ୍ୟା କିରଣ, ସୌମା ଭୌମିକ୍, ଡାକ୍ତର ଚିତ୍ତ ମିଶ୍ର , ଶିଶୁ କଳାକାର ଐଶ୍ୱର୍ଯ୍ୟା ଓ କୁମାର ଅାଦିତ୍ୟ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି।

You might also like