ମାଆ ମଙ୍ଗଳାଙ୍କ ଚମତ୍କାରିତାକୁ ନେଇ ଆସୁଛି ନୂଆ ଧାରାବାହିକ ’ମଙ୍ଗଳାଚରଣ’

ଓଡ଼ିଶାର ନମ୍ବର-୧ ଲୋକପ୍ରିୟ ଚ୍ୟାନେଲ ତରଙ୍ଗ ନେଇଆସୁଛି ନୂଆ ଧାରାବାହିକ ମଙ୍ଗଳା ଚରଣ । ନୁଆ କାହାଣୀ, ଭିନ୍ନ ଶୈଳୀ, ଓଡ଼ିଶାର ସାଂସ୍କୃତିକ ପରମ୍ପରା ତଥା ଓଡ଼ିଆ ଘରର ମୌଳିକତା ଉପରେ ଆଧାରିତ ଏହି ଧାରାବାହିକ ଆସନ୍ତା ୧୮ ତାରିଖ ସୋମବାର ସନ୍ଧ୍ୟା ୬.୩୦ରୁ ପ୍ରସାରଣ ହେବାକୁ ଯାଉଛି । ଯେଉଁଥିରେ ଅନେକ ଲୋକପ୍ରିୟ କଳାକାରଙ୍କ ସହ କିଛି ନୂଆଁ ମୁହଁକୁ ଦେଖିବାକୁ ମିଳିବ ।

ସାରା ସଂସାରର ସେ ମଙ୍ଗଳ କାରିଣୀ ବୋଲି ନା ତାଙ୍କର ମଙ୍ଗଳା…ମା’। ମଙ୍ଗଳାଙ୍କ ଚମତ୍କାରିତା ଏବଂ ଦିବ୍ୟ ଶକ୍ତିକୁ ତ ସମସ୍ତେ ଅନୁଭବ କରିଛନ୍ତି । ଆଉ ସେହି ଅନୁଭୂତିକୁ କାହାଣୀର ରୂପ ଦେଇଛି ତରଙ୍ଗ । ସବୁ ଓଡିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ଆଶୀର୍ବାଦ ନେଇ ଆସୁଛି ମଙ୍ଗଳା ଚରଣ । ଏ କାହାଣୀରେ ଆପଣ ମାଙ୍କ ଉପରେ ଥିବା ଭକ୍ତଙ୍କ ବିଶ୍ଵାସ ଦେଖିପାରିବେ । ପାରିବାରିକ କାହାଣୀ ସହିତ ଭଲପାଇବା, ପ୍ରତିଶୋଧ ଏବଂ ରାଗ ଅଭିମାନର ଛିଟା ପାଇବେ ।

ଧାରାବାହିକର ମୁଖ୍ୟ ଚରିତ୍ର ’ମଙ୍ଗଳା’ ଓ ’ଚରଣ’କୁ ନେଇ କାହାଣୀ ଗତିଶୀଳ ହୁଏ । ଗୋଟିଏ ପଟେ ମଙ୍ଗଳା କୁ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାର ରୂପ ଦିଆଯାଇଛି । ପୁରା ଗାଁ ପାଇଁ ସେ ହେଉଛି ମା, ମଙ୍ଗଳାଙ୍କ ପ୍ରତିରୂପ । ଯାହା ହୃଦୟରେ ଦୟା ଓ ଭଲପାଇବା ଭରି ରହିଛି । କିନ୍ତୁ ଅନ୍ୟପଟେ ଚରଣ, କୌଣସି ବି ପଥର ମୂର୍ତ୍ତୀକୁ ଦେବୀ ବୋଲି ମାନେନି । ତା ନଜରରେ ତ କେବଳ ଗୋଟେ ହିଁ ଦେବୀ ସେ ହେଉଛନ୍ତି ତାର ଜନ୍ମଦାତ୍ରୀ ମା । ମନରେ ରାଗ ଓ ପ୍ରତିଶୋଧର ଭାବନା ନେଇ ବଞ୍ଚୁଥିବା ଚରଣ ପାଇଁ ଭଲପାଇବା ଶବ୍ଦର ଅର୍ଥ ହିଁ ନାହିଁ । ଉଭୟେ ଉଭୟଙ୍କ ଠାରୁ ଏକଦମ୍ ଭିନ୍ନ । ଭିନ୍ନ ପସନ୍ଦ ଓ ଭିନ୍ନ ରୁଚି ନେଇ କଣ କେମିତି ଏକାଠି ହେବେ ମଙ୍ଗଳା ଚରଣ”?

You might also like