ରିଲିଜ୍‌ ହେଲା ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’

ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଆଉ ଏକ ଲଭଷ୍ଟୋରୀ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହବା’। କଟକ ଜୟଶ୍ରୀ ଟକିଜରେ ଏହାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମ ଜରିଆରେ ଓଲିଉଡର ଡେବ୍ୟୁ କରିଛନ୍ତି ତିନି ଜଣ କଳାକାର। ନବାଗତ ରିଷାନଙ୍କ ସହ ସାୟଲ୍ ଏବଂ ମହିମାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଓଡ଼ିଆ ଦର୍ଶକଙ୍କ ପାଇଁ ତରଙ୍ଗ ପ୍ରକ୍ସନ୍‌ ପୁଣି ଥରେ ଆଉ ଏକ ଟିନ୍ ଏଜ୍‌ ଲଭ ଷ୍ଟୋରୀକୁ ପରଦାକୁ ଆଣିଥିବା ବେଳେ ଫିଲ୍ମରେ ୫ଟି ଗୀତ ରହିଛି।। ମିହିର ଦାସ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ତାପସ ସରଘରିଆ। ତରଙ୍ଗ ସିନେ ପ୍ରଡକ୍ସନ୍‌ର ଅଷ୍ଟାଦଶ ଫିଲ୍ମ ହେଉଛି ‘ଚାଲ୍ ଟିକେ ଦୁଷ୍ଟ ହବା’।

You might also like