
କଥା ବଢ଼ିଲା; ନାନା ପାଟେକର୍ଙ୍କ ବିରୋଧରେ ଥାନାରେ ଏତଲା ଦେଲେ ତନୁଶ୍ରୀ
ମୁମ୍ବାଇ: ଶେଷରେ ଆଇନ୍ର ଦ୍ୱାରସ୍ଥ ହେଲେ ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍ ଷ୍ଟେସନରେ ବର୍ଷିୟାନ୍ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି।
ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି।
୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ବେଳେ ନାନା ପାଟେକର୍ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। ନାନାଙ୍କ ବ୍ୟବହାର ପାଇଁ ସେ ଫିଲ୍ମରୁ ଓହରି ଆସିଥିଲେ ବୋଲି ମଧ୍ୟ କହିଥିଲେ।
ସେପଟେ ଏହି ଅଭିଯୋଗକୁ ନାନା ପାଟେକର୍ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଏଥିସହ ତନୁଶ୍ରୀଙ୍କୁ ସେ ଲିଗାଲ୍ ନୋଟିସ୍ ମଧ୍ୟ ପଠାଇଥିଲେ।
ଆହୁରି ମଧ୍ୟ ପଢ଼ନ୍ତୁ: ନାନା ପାଟେକର୍ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ