ସିନେ ଦୁନିଆରୁ ପୁଣି ଆସିଲା ଦୁଃଖ ଖବର; ହୋଟେଲ୍‌ରୁ ମିଲିଲା ଲୋକପ୍ରିୟ ଟେଲି ଅଭିନେତ୍ରୀଙ୍କ ମୃତଦେହ

ଚେନ୍ନାଇ: ସିନେମା ଦୁନିଆରୁ ପୁଣି ଏକ ଦୁଃଖ ଖବର ଆସିଛି। ଲୋକପ୍ରିୟ ତାମିଲ୍ ଟେଲି ଅଭିନେତ୍ରୀ  ଚିତ୍ରାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳେ ଚିତ୍ରା ରହୁଥିବା ହୋଟେଲ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ନୋଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନଥିବା ବେଳେ ଚିତ୍ରା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆର୍ଥିକ ସମସ୍ୟା ଯୋଗୁ ଅଭିନେତ୍ରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି।

ସୂଚନା ଅନୁସାରେ ନିକଟରେ ଚିତ୍ରାଙ୍କର ବାହାଘର ହୋଇଥିଲା। ସେ ତାଙ୍କ ସ୍ୱାମୀଙ୍କ ସହିତ ଚେନ୍ନାଇର ଏକ ହୋଟେଲ୍‌ରେ ରହୁଥିଲେ। ମିଳିଥିବା ରିପୋର୍ଟ ଅନୁସାରେ, ଚିତ୍ରା ଗତକାଲି ବିଳମ୍ବିତ ରାତିରେ ଶୁଟିଂରୁ ଫେରିବା ପରେ ପ୍ରଥମେ ହୋଟେଲ୍ ଚେକ୍‌ କରିଥିଲେ।

ଜଣେ ବରିଷ୍ଠ ପୋଲିସ ଅଫିସରଙ୍କ ସୂଚନା ଅନୁସାରେ, ଚିତ୍ରା ନିକଟରେ ତାଙ୍କ ବିବାହ ପଞ୍ଜିକୃତ କରାଇଥିଲେ। ତାଙ୍କର ଆର୍ଥିକ ସମସ୍ୟା ଥାଇପାରେ ବୋଲି ବରିଷ୍ଠ ପୋଲିସ ଅଫିସର ସୂଚନା ଦେଇଛନ୍ତି। ତେବେ ମୃତଦେହ ପାଖରୁ କିମ୍ବା ଚିତ୍ରା ରହୁଥିବା ହୋଟେଲ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇ ନାହିଁ ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଥାଉକି ଚିତ୍ରା ବିଜୟ ଟିଭିରେ ପ୍ରାସାରିତ ‘ପାଣ୍ଡିଆନ୍ ଷ୍ଟୋରିସ୍‌’ ଧାରାବାହିକରେ ଅଭିନୟ କରୁଥିଲେ। ଯାହାର ଶୁଟିଂ ଚାଲୁ ରହିଛି।

ଏହା ପୂର୍ବରୁ ବର୍ଷ ୨୦୨୦ରେ ଏକଧିକ ଅଭିନେତା ଅଭିନେତ୍ରୀଙ୍କ ଅକାଳ ବିୟୋଗ ହୋଇଛି। କେତେକ ଆତ୍ମହତ୍ୟା କରିଥିବା ବେଳେ ଆଉ କେତେଙ୍କ ହତ୍ୟା ନା ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଜୁନ ୧୪ରେ ସୁଶାନ୍ତ ସିଂହ ମୃତଦେହ ମିଳିବା ପରେ ଜଣକଙ୍କ ପରେ ଜଣେ ଷ୍ଟାରଙ୍କ ମୃତଦେହ ଏମିତି ସନ୍ଦେହଜନକ ଭାବେ ମିଳୁଛି। ଜୁଲାଇ ୧୮ ତାରିଖରେ କର୍ଣ୍ଣାଟକର ଟିଭି ଆକ୍ଟର୍‌ ଓ ଫିଟ୍‌ନେସ୍‌ ଟ୍ରେନର୍‌ ସୁଶୀଲ ଗୌଡ଼ା ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାରେ ଆତ୍ମହତ୍ୟା କରିଥିଲେ। ସେହିପରି ଅଗଷ୍ଟ ୭ରେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ, ଅଗଷ୍ଟ ୬ରେ ସମୀର ଶର୍ମା, ସେପ୍ଟେମ୍ବର ୨୯ରେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା। ଗତ ନଭେମ୍ବର ବଲିଉଡ୍‌ର ଭେଟେରାନ ଆକ୍ଟର ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର  କରାଯାଇଥିଲା। ସେହିପରି ଭାରତୀୟ ସିନେ ଇଣ୍ଡିଷ୍ଟ୍ରିରୁ ଅନେକ କିମ୍ବଦନ୍ତି କଳାକାର ମଧ୍ୟ ୨୦୨୦ରେ ବିଦାୟ ନେଇଛନ୍ତି।

You might also like