ସୁନ୍ଦରୀ ଅଭିନେତ୍ରୀଙ୍କୁ ଅସୁନ୍ଦର କରିଦେଲା ଫେସିଆଲ୍‌ ଟ୍ରିଟ୍‌ମେଣ୍ଟ୍‌

ଚେନ୍ନାଇ: ସୁନ୍ଦର ହେବାକୁ କିଏ ବା ନ ଚାହେଁ। ସୁନ୍ଦର ହେବା ନିଶା ପ୍ରାୟତଃ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନୟ ଜଗତ ସହ ଜଡ଼ିତ ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଫିଟ୍‌ ଓ ସୁନ୍ଦର ଦେଖାଯିବା ପାଇଁ ବ୍ୟୁଟି ଟ୍ରିଟ୍‌ମେଣ୍ଟ୍‌ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି।  ସବୁବେଳେ ସେମାନେ ସୌନ୍ଦର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇଥାନ୍ତି। ହେଲେ ସେମାନେ ଆପଣାଉଥିବା ଏହି ଉପାୟ ବେଳେବେଳେ ସେମାନଙ୍କ ଉପରେ ମହଙ୍ଗା ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଇଜା ୱିଲ୍‌ସନ୍‌ଙ୍କ ସହ। ସୁନ୍ଦର ଚେହେରା ପାଇଁ ରାଇଜା ସବୁବେଳେ ଚର୍ଚ୍ଚାରେ ଥାନ୍ତି। ହେଲେ ଏଥର ସେ ନିଜର ସୁନ୍ଦର ଚେହେରା ପାଇଁ ନୁହେଁ ବରଂ ତାଙ୍କ ସୁନ୍ଦର ଚେହେରା ଖରାପ ହୋଇଯିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏସବୁ କାରଣ ପଛରେ ସେ Dermatologist(ଚର୍ମ ରୋଗ ବିଶେଷଜ୍ଞ)ଙ୍କୁ ଦାୟୀ କରିଛନ୍ତି। ଯିଏକି ତାଙ୍କର ଚେହେରାକୁ ଖରାପ କରି ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

 

View this post on Instagram

 

A post shared by Raiza Wilson (@raizawilson)

ରାଇଜା କହିଛନ୍ତି, ଯେଉଁ ଟ୍ରିଟ୍‌ମେଣ୍ଟ୍‌ ତାଙ୍କର ଆବଶ୍ୟକତା ନଥିଲା ସ୍କିନ୍‌ ସ୍ପେଶାଲିଷ୍ଟ୍‌ ଜବରଦସ୍ତ ତାଙ୍କର ସେହି ଟ୍ରିଟ୍‌ମେଣ୍ଟ୍‌ କରାଇଥିଲେ। ଟ୍ରିଟ୍‌ମେଣ୍ଟ୍‌ର ଏହି ପ୍ରକ୍ରିୟା ଭୁଲ୍‌ ହୋଇଥିଲା ଓ ତାଙ୍କ ଆଖି ତଳ ଫୁଲି ଯାଇଥିଲା। ଏହାର ଫଟୋ ମଧ୍ୟ ସେ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି।

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ଶେଆର କରି ରାଇଜା ଲେଖିଥିଲେ, ମୁଁ ଡାକ୍ତର ଭୈରବୀ ସେନ୍ଥିଲ୍‌ଙ୍କ ନିକଟକୁ ଫେସିଆଲ୍‌ ଟ୍ରିଟ୍‌ମେଣ୍ଟ୍‌ କରିବାକୁ ଯାଇଥିଲି। ହେଲେ ସେ ଆଉ ଏକ ପ୍ରୋସିଡ୍ୟୁର୍‌ କରିବା ପାଇଁ ମୋତେ ବାଧ୍ୟ କରିଥିଲେ, ଯାହା ମୋର ଆବଶ୍ୟକତା ନଥିଲା। ଆଉ ଏ ହେଉଛି ସେହି ଟ୍ରିଟ୍‌ମେଣ୍ଟ୍‌ର ରେଜଲ୍ଟ। ଏହି ଘଟଣା ପରେ ନା ସେ ମୋତେ ଦେଖା କରୁଛନ୍ତି ନା ମୋ ସହ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଷ୍ଟାଫ୍‌ଙ୍କ କହିବା କଥା, ସେ ସହର ବାହାରେ ଅଛନ୍ତି।’

ଆଉ ଏକ ପୋଷ୍ଟରେ ରାଇଜା ଲେଖିଛନ୍ତି, ‘ଏହି ଘଟଣା ପରେ ମୋତେ ବହୁତ ଜଣ ମେସେଜ କରିଛନ୍ତି, ଯେଉଁମାନେ ଏହି ଡାକ୍ତରଙ୍କ ଯୋଗୁ ମୋ ଭଳି ସମସ୍ୟା ଭୋଗି ସାରିଛନ୍ତି।’

୨୦୧୭ରେ ରାଇଜା ଫିଲ୍ମ ଜଗତରେ ପାଦ ଥାପିଥିଲେ। ପ୍ରଥମଥର ପାଇଁ ସେ ସାଉଥ୍‌ର ସୁପରହିଟ୍‌ ଫିଲ୍ମ ‘VIP-2’ରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଧନୁଷ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବେଳେ ରାଇଜା ଅଭିନେତ୍ରୀ କାଜୋଲଙ୍କ ଆସିଷ୍ଟାଣ୍ଟ ଚରିତ୍ରରେ ଅଭିନୟ କରିଥିଲେ। ‘ବିଗ୍‌ବସ୍‌ ତାମିଲ’ର ପ୍ରଥମ ସିଜନ୍‌ରେ ମଧ୍ୟ ରାଇଜା ଭାଗ ନେଇଥିଲେ। 

 

View this post on Instagram

 

A post shared by Raiza Wilson (@raizawilson)

 

View this post on Instagram

 

A post shared by Raiza Wilson (@raizawilson)

 

View this post on Instagram

 

A post shared by Raiza Wilson (@raizawilson)

You might also like