ପାକ୍‌ କ୍ରିକେଟରଙ୍କୁ ବିବାହ କରିବେ କି ତମନ୍ନା ? ଜାଣନ୍ତୁ ସତ ଘଟଣା…

ମୁମ୍ବାଇ: ବିବାହ ପାଇଁ ବର୍ତ୍ତମାନ କୌଣସି ପ୍ଲାନିଂ ନ ଥିବା କହୁଥିବା ବାହୁବଳୀ ଫେମ୍‌ ଆକ୍ଟ୍ରିସ୍‌ ତମନ୍ନା ଭାଟ୍ଟିଆଙ୍କୁ ନେଇ ପୁଣି ଚର୍ଚ୍ଚା। ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ପାକ୍‌ କ୍ରିକେଟର ଅବଦୁଲ୍‌ ରଜ୍ଜକ୍‌ଙ୍କ ସହ ତମନ୍ନାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ଏକ ଏକ ଜୁଏଲାରୀ ଶପ୍‌ରେ ଅଛନ୍ତି। ରଜ୍ଜକ୍‌ ହାତରେ‌ କିଛି ଜୁଏଲାରୀ ଧରି ଥିବାବେଳେ ତମନ୍ନା ମଧ୍ୟ ଏକ ନେକ୍‌ଲେସ୍‌ ଧରିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଦେଖିବା ପରେ ଉଭୟ ବିବାହ କରିବେ ବୋଲି ଇଣ୍ଟରନେଟ୍‌ ୟୁଜର୍ସ ଅନୁମାନ କରିଛନ୍ତି।

ସୂଚନାଥାଉ କି, ୨୦୧୭ରେ ଦୁବାଇରେ ଏକ ଜୁଏଲାରୀ ଶପ୍‌ ଓପନିଂ ପାଇଁ ତମନ୍ନା ଓ ରଜ୍ଜକ୍ ସେଠାକୁ‌ ଯାଇଥିଲେ। ଉଭୟ ମୁଖ୍ୟ ଅତିଥି‌ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାଇରାଲ ହୋଇଥିବା ଏହି ଫଟୋ, ସେତେବେଳର ବୋଲି କୁହାଯାଉଛି।

ତମନ୍ନାଙ୍କ ପର୍ସନାଲ୍‌ ଲାଇଫ୍‌କୁ ନେଇ ଏହି ଗୁଜବ ଖବର ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ନେଇ ଅନେକ ଗୁଜବ ଖବର ସାମ୍ନାକୁ ଆସିଛି। ହେଲେ ଅଭିନେତ୍ରୀ ତମନ୍ନା ଭାବିଚିନ୍ତି ପରିସ୍ଥିତିକୁ ସମ୍ଭାଳି ଦିଅନ୍ତି। ବିବାହ ପାଇଁ ଏବେ କୌଣସି ପ୍ଲାନିଂ ନାହିଁ ବୋଲି କହିବା ସହ ଫିଲ୍ମରେ କ୍ୟାରିୟର ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ତମନ୍ନା ଏବେ ଘରେ ଅଛନ୍ତି। ହେଲେ ସୋସିଆଲ୍‌ ମିଡିଆରେ ସେ ପୂରା ଆକ୍ଟିଭ୍‌ ଅଛନ୍ତି। କରୋନାକୁ ନେଇ ସେ ଲଗାତାର ଭାବେ ଫ୍ୟାନ୍ସଙ୍କୁ ସଚେତନ କରାଉଛନ୍ତି। ଏହାସହ ନିଜର ୱାର୍କଆଉଟ୍‌ ଭିଡିଓ, ରୋଷେଇ କରୁଥିବା ଭିଡିଓ ଓ ପୁରୁଣା ଫଟୋ ସବୁ ସେ ସୋସିଆଲ୍‌ ମିଡିଆରେ ଶେଆର୍‌ କରୁଛନ୍ତି।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like